ଦିଲ୍ଲୀରେ ହାଇଦ୍ରାବାଦ ହାଉସରେ ମୋଦି-ଇସ୍ରାଏଲ ପ୍ରଧାନମନ୍ତ୍ରୀ ସାକ୍ଷାତ ! ପ୍ରତିନିଧିସ୍ତରୀୟ ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷର ହେଲା ଗୁରୁତ୍ୱପୂର୍ଣ୍ଣ ଚୁକ୍ତି

42

କନକ ବ୍ୟୁରୋ : ଭାରତ-ଇସ୍ରାଏଲ ମଧ୍ୟରେ ଯୋଡି ହେଲା ନୂତନ ଅଧ୍ୟାୟ । ଆଜି ମୋଦି -ନେତନ୍ୟାହୁ ମିଳିତ ପ୍ରେସ ବିବୃତିରେ କହିଛନ୍ତି ନିଜର ମନକଥା । ଇସ୍ରାଏଲ ମୁଖ୍ୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭୂୟସୀ ପ୍ରଶଂସା କରିଛନ୍ତି । ମୋଦି ଜଣେ କ୍ରାନ୍ତିକାରୀ ନେତା ଓ ଭାରତକୁ ନେଇ ତାଙ୍କ ଲକ୍ଷ୍ୟ ସ୍ପଷ୍ଟ ବୋଲି କହିଛନ୍ତି । ମୋଦିଙ୍କ ଇସ୍ରାଏଲ ଗସ୍ତକୁ ଐତିହାସିକ ବୋଲି ବର୍ଣ୍ଣନା କରିଛିନ୍ତି ନେତାନ୍ୟାହୁ । ତା ସହ ଭାରତତ –ଇସ୍ରାଏଲ ସମ୍ପର୍କ ଅତି ପୁରୁଣା ବୋଲି କହିବା ସହ ସମ୍ପର୍କରେ ଅନେକ କିଛି ନୂଆ ହେବାକୁ ଯାଉଛି ।

ଭାରତ ଓ ଇସ୍ରାଏଲ ଦୁଇ ଦେଶ ଆତଙ୍କବାଦରେ ପୀଡିତ । ଆମେ ଆତଙ୍କବାଦୀଙ୍କ ବିରୋଧରେ ଲଢିଛୁ କିନ୍ତୁ ତାଙ୍କ ଆଗରେ ମୁଣ୍ଡ ନୁଆଁଇ ନାହୁଁ ବୋଲି ଦଋଢତାର ସହ କହିଥିଲେ ନେତନ୍ୟାହୁ । ତା ସହ ଭାରତ ସପକ୍ଷରେ ଇସ୍ରାଏଲ ସବୁବେଳେ ଠିଆହେବ ବୋଲି ସ୍ପଷ୍ଟ କରିଛନ୍ତି । ୨୫ ବର୍ଷ ସମ୍ପର୍କ ଭିତରେ ନେତାନ୍ୟାହୁଙ୍କ ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦି ଏହି ଅବସରରେ କହିଥିଲେ । ହିବ୍ରୁ ଭାଷାରେ ନେତନ୍ୟାହୁଙ୍କୁ ସ୍ୱାଗତ କରିଥିଲେ ପ୍ରଧାନମତ୍ରୀ ନରେନ୍ଦ୍ର ମେଦି । ଭାରତ –ଇସ୍ରାଏଲ ମଧ୍ୟରେ ୯ଟି ଚୁକ୍ତି ହୋଇଥିବା ସେ କହିଥିଲେ । ସାଇବର ସୁରକ୍ଷା, କୃଷି ଓ ଫିଲ୍ମ ନିର୍ମାଣ ଆଦି ୯ଟି କ୍ଷେତ୍ରରେ ଚୁକ୍ତି ହୋଇଥିବା ଦୁଇ ରାଷ୍ଟ୍ର ମୁଖ୍ୟ ଘୋଷଣା କରିଛନ୍ତି ।

ଦିଲ୍ଲୀର ହାଇଦ୍ରାବାଦ ହାଉସରେ ମୋଦିଙ୍କୁ ଭେଟିଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ଉଭୟଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଥିଲା । ଛଅଦିନିଆ ଭାରତ ଗସ୍ତରେ ଆସିଥିବା ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଆଜି ରାଷ୍ଟ୍ରପତି ଭବନରେ ଔପଚାରିକ ସ୍ୱାଗତ କରାଯାଇ ଗାର୍ଡ ଅଫ ଅନର ଦିଆଯାଇଥିଲା । ଇସ୍ରାଏଲ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଂଶସା କରିଥିଲେ । ସେ କହଥିଲେ, ତାଙ୍କ ଭାରତଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ । ମୋଦିଙ୍କ ଇସ୍ରାଏଲ ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ବନ୍ଧୁତା ବଢିଛି । ଶାନ୍ତି ପାଇଁ ଭାରତ-ଇସ୍ରାଏଲ ମଧ୍ୟରେ ଚୁକ୍ତି ଜରୁରୀ ବୋଲି କହିଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ।