ଆଇଏସଆଇଏସର ମୁଖ୍ୟ ଅବୁ ବକର ଅଲ ବାଗଦାଦୀ ମାନିଲା ହାର୍ ! ମୋସୁଲରେ ଥିବା ଅଫିସକୁ ବନ୍ଦ କରିବାକୁ ଦେଇଛି ନିର୍ଦ୍ଦେଶ

45

କନକ ବ୍ୟୁରୋ : ଆଇଏସଆଇଏସ ମୁଖ୍ୟ ଅବୁ ବକର ଅଲ ବାଗଦାଦୀ ନିଜର ହାର୍ ମାନିନେଇଛି । ଆଉ ଆଇଏସଆଇଏସ ଏବେ ବିଲୀନ ହେବା ଅନୁମାନ କରାଯାଉଛି । ବାଗଦାଦୀ ନିଜ ବିଦାଦୀୟ ଭାଷଣରେ କହିଛି, ଆରବ ବାହାରୁ ଆସିଥିବା ଆଇଏସଆଇଏସ ପାଇଁ ଲଢୁଥିବା ଯୁବକମାନେ ନିଜ ଦେଶକୁ ଫେରିଯାଆନ୍ତୁ । ଯଦି ଫେରି ପାରୁନାହାଁନ୍ତି ତେବେ ନିଜକୁ ବୋମା ଦ୍ୱାରା ଉଡାଇଦିଅନ୍ତୁ । ଏହାଛଡା ବାଗଦାଦୀ ମୋସୁଲରେ ଥିବା ଆଇଏସଆଇଏସ ଅଫିସକୁ ମଧ୍ୟ ବନ୍ଦ କରିବାକୁ ନିର୍ଦେଶ ଦେଇଛି ।

କିଛି ବର୍ଷ ତଳେ ମୋସୁଲ ସହରକୁ ଇସଲାମିକ ଷ୍ଟେଟର ରାଜଧାନୀ ଓ ନିଜକୁ ଖଲିଫା ଘୋଷଣା କରିଥିଲା ବାଗଦାଦୀ । କିନ୍ତୁ ଇରାକୀ ସେନାର ଘନ ଘନ ଆକ୍ରମଣ ଯୋଗୁଁ ବର୍ତ୍ତମାନ ବାଗଦାଦୀ ଆତଙ୍କିତ ହୋଇପଡିଥିବା କୁହାଯାଉଛି । ଏଥିପାଇଁ ସେ ନିଜ କ୍ୟାଂପରେ ଶତାଧିକ ସୁରକ୍ଷାକର୍ମୀ ମୃତୟନ କରିଥିବା ଜଣାପଡିଛି । ଏହାସହ ବାଗଦାଦୀ ଉପରେ ବର୍ତ୍ତମାନ ଇରାକ ସରକାରଙ୍କ ନଜର ଥିବାରୁ ବାଗଦାଦୀ ଭୟଭୀତ ହୋଇପଡିଛି ।

କିଛିଦିନ ତଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ ମଧ୍ୟ ବାଗଦାଦୀକୁ ନିହତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ୩୦ ଦିନ ମଧ୍ୟରେ ବାଗଦାଦୀକୁ ନିପାତ କରିବା ପାଇଁ ତଥା ତାହାର ସାମ୍ରାଜ୍ୟକୁ ଧୂଳିସାତ୍ କରିବାକୁ ଆମେରିକା ନିର୍ଦ୍ଦେଶ ଦେଇଛି । ଏଥିପାଇଁ ବଗଦାଦୀକୁ ଆକ୍ରମଣ କରିବା ପାଇଁ ଆମେରିକାର ନ୍ୟାସନାଲ ସିକ୍ୟୁରିଟିକୁ ଆଦେଶ ଦେଇଛନ୍ତି ଡୋନାଲ୍ଡ ଟ୍ରଂପ ।