ବାହାରି ଆସିଲା ବିବାହ ତାରିଖ ! କନ୍ୟାଦାନ କରିବା ପାଇଁ ପ୍ରସ୍ତୁତ ହେଲେଣି ମୁକେଶ ଅମ୍ବାନୀ ।

166

ଚଳିତ ବର୍ଷ ବିବାହ ଋତୁରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀଙ୍କ ଝିଅ ଇଷା ଅମ୍ବାନୀଙ୍କ ବିବାହ ହେବାକୁ ଯାଉଛି । ପିରାମଲ୍ ଗ୍ରୁପର ଚେୟାରମ୍ୟାନ୍ ଅଜୟ ପିରାମଲଙ୍କ ପୁଅ ଆନନ୍ଦଙ୍କ ସହ ଇଷାଙ୍କ ବିବାହ ହେବାକୁ ଯାଉଛି । ଚଳିତ ବର୍ଷ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ । ଡିସେମ୍ବର ୧୨ ତାରିଖରେ ଦୁହେଁ ବୈବାହିକ ବନ୍ଧନରେ ବାନ୍ଧି ହେବାର ଖବର ଏବେ ଶୁଣିବାକୁ ମିଳୁଛି । ତେବେ ଆପଣଙ୍କୁ କହିରଖୁଛୁ ଯେ ଦୁହିଁଙ୍କ ନିର୍ବନ୍ଧ ସେପ୍ଟେମ୍ବର ୨୧ ତାରିଖ ଇଟାଲୀରେ ହୋଇଥିଲା ।

ବୈବାହିକ କାର୍ଯ୍ୟକ୍ରମ ଡିସେମ୍ବର ୧୨ ତାରିଖରେ ମୁକେଶ ତଥା ନୀତା ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ଘରେ ଆୟୋଜିତ ହେବ । ବିବାହର ସବୁ ରୀତିନୀତି ଭାରତୀୟ ସଂସ୍କୃତି ଅନୁସାରେ ହେବ । ଏହି ସମାରୋହରେ କେବଳ ବନ୍ଧୁବାନ୍ଧବ ଏବଂ ସାଙ୍ଗସାଥିଙ୍କ ଉପସ୍ଥିତି ରହିବ । ବିବାହ ପୂର୍ବରୁ ହେବାକୁ ଥିବା ଅତିଥି ସତ୍କାରରେ ଦୁଇ ପରିବାର ତରଫରୁ ଉଦୟପୁରରେ ନିଜ ମିତ୍ର ଏବଂ ବନ୍ଧୁବାନ୍ଧବଙ୍କୁ ଚର୍ଚ୍ଚା କରାଯିବ ।