ISର ଖୋଲା ଆହ୍ୱାନ: ‘ଇସଲାମିକକୁ ବଞ୍ଚାଇବାକୁ ଭାରତ ଉପରେ ଆକ୍ରମଣ କର’

494

କନକ ବ୍ୟୁରୋ: ଆତଙ୍କବାଦୀ ସଙ୍ଗଠନ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍) ଭାରତ ବିରୋଧରେ ଖୋଲାଖୋଲି ଆହ୍ୱାନ ଦେଇଛି । ଆଇଏସ୍ ସଙ୍ଗଠନ ସବୁ ମୁସଲମାନଙ୍କୁ ଏକାଠି ହୋଇ ଭାରତ ଉପରେ ଆକ୍ରମଣ କରିବାକୁ ନିଜ ସମ୍ପ୍ରଦାୟକୁ ଅପିଲ କରିଛନ୍ତି । ଆଇଏସ କହିଛି ଯେ ଭାରତ ସରକାର  ଲଗାତାର ଭାବରେ ଇସଲାମକୁ ଟାର୍ଗେଟ କରୁଛନ୍ତି। ତେଣୁ ଏହାର ଜବାବ ଦେବାକୁ ପଡିବ ବୋଲି ସଙ୍ଗଠନ ମୁଖ୍ୟ କହିଛନ୍ତି ।

ଇସଲାମିକ୍ ଷ୍ଟେଟ୍ (ଆଇଏସ୍ )ର ମୁଖପାତ୍ର ଏକ ବିବୃତ୍ତି ଜାରି କରି ମୁସଲମାନମାନଙ୍କୁ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଖୋଲାଖୋଲି ନିବେଦନ କରିଛନ୍ତି। ଆଇଏସ ମୁଖପାତ୍ର ଅବୁ ଓମାର-ଅଲ-ମୁଜାଇର କହିଛନ୍ତି ଯେ ଭାରତ ବିରୋଧରେ ମିଳିତ ଆକ୍ରମଣ ହେବା ଉଚିତ୍। ଆଇଏସ ମୁଖପାତ୍ର ଅବୁ ଓମାର ଅଲ-ମୁଜାଇର ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆରେ ମୁସଲମାନମାନଙ୍କୁ ଏକାଠି ହେବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ‘ଭାରତ ବିରୋଧରେ ମିଳିତ ଆକ୍ରମଣ ହେବା ଉଚିତ୍। ମୁଜାହିର କହିଛନ୍ତି ଯେ ଇସଲାମିକ ଷ୍ଟେଟର ଉଦ୍ଦେଶ୍ୟ ହେଉଛି ଭାରତରେ ଇସଲାମକୁ ସୁରକ୍ଷା ଦେବା । କାରଣ ସେଠାରେ ସରକାର ଏହାକୁ କ୍ରମାଗତ ଭାବେ ଟାର୍ଗେଟ କରୁଛନ୍ତି’।

ଭିଡିଓରେ ମୁଜାହିର ଭାରତର ମୁସଲମାନଙ୍କ ବ୍ୟତୀତ ପାକିସ୍ତାନ, ବାଂଲାଦେଶ, ଫିଲିପାଇନ୍ସ, ମାଲେସିଆ, ଇଣ୍ଡୋନେସିଆ ଏବଂ ସିଙ୍ଗାପୁରରେ ରହୁଥିବା ମୁସଲମାନମାନଙ୍କୁ ଭାରତ ଉପରେ ଆକ୍ରମଣ କରିବାକୁ ନିବେଦନ କରିଛନ୍ତି। ଇସ୍ ଲାମିକ୍ ଷ୍ଟେଟ୍ ଆତଙ୍କବାଦୀମାନେ ମୁଖ୍ୟତଃ ଇରାକ୍ ଏବଂ ସିରିଆରେ ଜେଲରେ ଅଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଭାରତୀୟ ଅଛନ୍ତି । ତେବେ ମୁଜାହିର ତାଙ୍କ ଭାଷଣରେ ତାଲିବାନକୁ ମଧ୍ୟ  ଟାର୍ଗେଟ କରିଛନ୍ତି ।