ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି: ଆଜିଠାରୁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିସନ

ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ହେବ ଆଲୋଚନା;ବରିଷ୍ଠ ଅଧିକାରୀଙ୍କ ସହ କରିବେ ସମୀକ୍ଷା

166

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏ ନେଇ ଆଲୋଚନା ଓ ସମୀକ୍ଷା କରିବାକୁ ନିର୍ବାଚନ କମିଶନ ଆଜିଠାରୁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଭୁବନେଶ୍ୱରରେ ଏହି ସମୀକ୍ଷା ହେବ । ଆସନ୍ତାକାଲି କମିଶନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଭେଟିବେ । ଏହା ସହ ନିର୍ବାଚନ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ, ଏସପି ଓ ୩ ଆରଡିସିଙ୍କ ସହ ବି ଆଲୋଚନା ହେବ ।

ଏହାସହିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର‌୍ୟ୍ୟାଳୟରେ ନିର୍ବାଚନ ପ୍ରସ୍ତୁତି ନେଇ ମଧ୍ୟ କମିସନ ଅନୁଧ୍ୟାନ କରିବା ସହ ପୁଲିସ ନୋଡାଲ ଅଫିସର ଓ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମୁଖ୍ୟଙ୍କ ସହ ଆଲୋଚନା କରିବା କାର‌୍ୟ୍ୟକ୍ରମ ରହିଛି। ଆସନ୍ତା ୧୫ ତାରିଖରେ କମିସନ ରାଜ୍ୟ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, ଆଇନ ବିଭାଗ ସଚିବ ଓ କେନ୍ଦ୍ରୀୟ ଅଧିକାରୀଙ୍କ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା କରିବେ। ସେହିଦିନ ଅପରାହ୍ନରେ ନିର୍ବାଚନ କମିସନଙ୍କ ନିର୍ବାଚନ ପ୍ରସ୍ତୁତି ନେଇ କମିସନ ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ବ୍ୟବସ୍ଥା କରାଯାଇଛି।