ଟ୍ରେନ୍ ବିଳମ୍ବ ହେଲେ ଯାତ୍ରୀଙ୍କୁ ମିଳିବ ଟଙ୍କା । ୧ ଘଣ୍ଟା ବିଳମ୍ବ ପାଇଁ ୧୦୦ , ୨ ଘଣ୍ଟା ବିଳମ୍ବ ପାଇଁ ୨୫୦ । ଜାଣନ୍ତୁ କେଉଁ ଟ୍ରେନରେ ମିଳିବ ଏଭଳି ସୁବିଧା ।

799

ଲକ୍ଷ୍ନୌରୁ ଦିଲ୍ଲୀ ମଧ୍ୟରେ ଚାଲିବାକୁ ଥିବା ତେଜସ ଏକ୍ସପ୍ରେସକୁ ନେଇ ଆଇଆରସିଟିସି ବଡ ନିଷ୍ପତି ନେଇଛି । ରେଳଯାତ୍ରୀଙ୍କୁ ଆକୃଷ୍ଟ କରିବାକୁ ବୀମା ସହ ଟ୍ରେନ ବିଳମ୍ବ ହେଲେ ଯାତ୍ରୀଙ୍କୁ କ୍ଷତିପୂରଣ ଦେବାକୁ ନିଷ୍ପତି ନେଇଛି । ଯଦି ଏହି ଟ୍ରେନକୁ ଆସିବାରେ ଏକ ଘଣ୍ଟା ବିଳମ୍ବ ହୁଏ ତେବେ ତେବେ ଯାତ୍ରୀଙ୍କୁ ୧୦୦ ଟଙ୍କା, ୨ ଘଣ୍ଟା ବିଳମ୍ବ ହେଲେ ୨୫୦ ଟଙ୍କା କ୍ଷତିପୂରଣ ବାବଦକୁ ଦିଆଯିବ ।

ତେଜସ୍ ଏକ୍ସପ୍ରେସ୍ ଘରୋଇ କମ୍ପାନି ଦ୍ୱାରା ପରିଚାଳିତ ହେବାକୁ ଥିବା ଦେଶର ପ୍ରଥମ ଟ୍ରେନ । କେବଳ ଏହି ରୁଟରେ ନୁହେଁ ଦେଶର ଅନ୍ୟ ରୁଟରେ ମଧ୍ୟ ଏହିଭଳି ଟ୍ରେନ୍ ଚଳାଇବାକୁ ଯୋଜନା ଚଳାଇଛି ରେଲୱେ ବିଭାଗ । ତେଜସ ଏକ୍ସପ୍ରେସରେ ଯାତ୍ରୀଙ୍କୁ ପ୍ରିମିୟମ ଓ ଅନ୍ୟାନ୍ୟ ସୁବିଧା ଦିଆଯିବ । ଏହି ଟ୍ରେନ୍ ଦିଲ୍ଲୀରୁ ସନ୍ଧ୍ୟା ୩ଟା ୩୫ ମିନିଟ ସମୟରେ ବାହାରି ଲକ୍ଷ୍ନୌରେ ରାତି ୧୦ଟା ୦୫ ମିନିଟ୍ ସମୟରେ ପହଞ୍ଚିବ । ସପ୍ତାହରେ ୬ ଦିନ ଚାଲିବାକୁ ଥିବା ଏହି ଟ୍ରେନ୍ ମଙ୍ଗଳବାର ଦିନ ବନ୍ଦ ରହିବ । ଅକ୍ଟୋବର ୪ରୁ ଏହି ଟ୍ରେନ ସେବା ଆରମ୍ଭ ହେବ ।

ଏହି ଟ୍ରେନରେ ବିମାନ ଭଳି ମନୋରଞ୍ଜନ ପାଇଁ ବ୍ୟକ୍ତିଗତ ଭାବେ ଏଲଇଡି ସ୍କ୍ରିନ ରହିବା ସହ ୱାଇ ଫାଇ ସେବା ମଧ୍ୟ ଯୋଗାଇ ଦିଆଯିବ । ଏହାଛଡା ଆରାମଦାୟକ ସିଟ୍ ସାଙ୍ଗକୁ ମୋବାଇଲ ଚାର୍ଜିଙ୍ଗ ପିନ୍, ମଡ୍ୟୁଲର ବାୟୋ ଟଏଲେଟ ଓ ସେନ୍ସର ଟ୍ୟାପର ବ୍ୟବସ୍ଥା ରହିଛି । ଏହି ଟ୍ରେନରେ ଏକକାଳୀନ ୭୫୮ ଜଣ ଯାତ୍ରୀ ଯାଇପାରିବେ ।