ସାରା ବିଶ୍ୱରେ ଘନଉଛି ହିଜାବ ବିବାଦ, ହିଜାବକୁ ବିରୋଧ କରି ନିବସ୍ତ୍ର ହେଲେ ଚର୍ଚ୍ଚିତ ଅଭିନେତ୍ରୀ

324

କନକ ବ୍ୟୁରୋ : ହିଜାବକୁ ନେଇ ଇରାନରେ ଦେଖାଦେଇଥିବା ବିବାଦ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି । ହିଜାବକୁ ବିରୋଧ କରି ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ଜାରି ରହିଛି । ଏହାକୁ ନେଇ ଏପର୍ଯ୍ୟନ୍ତ ଅନେକ ସେଲିବ୍ରେଟି ଆନ୍ଦୋଳନକୁ ସମର୍ଥନ କରିସାରିଛନ୍ତି । ଏବେ ଏବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ମନ୍ଦନା କରିମ୍ ଏହି ପ୍ରସଙ୍ଗରେ ନିଜ ନିଜର ମତ ରଖିଥିଲେ । ଏବେ ଅଭିନେତ୍ରୀ ଏଲନାଜ ନୋରୋଜୀ ଏକ ଭିନ୍ନ ଧରଣର ବିରୋଧ ପ୍ରଦର୍ଶନ କରିଛନ୍ତି । ଏଲନାଜ ନେଟଫ୍ଲିକ୍ସରେ ହିଟ୍ ସିରିଜ ସିକେଡ ଗେମ୍ସ ପାଇଁ ବେଶ୍ ପରିଚିତ ।

ହିଜାବ ଆନ୍ଦୋଳନକୁ ସମର୍ଥନ କରି ଅଭିନେତ୍ରୀ ଏଲନାଜ ନୋରୋଜୀ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ନିଜର କପଡା ଖୋଲୁଥିବାର ଦେଖିବାକୁ ମିଳିଛି । ଭିଡିଓ ଆରମ୍ଭରେ ଏଲନାଜ ହିଜାବ ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହାପରେ ସେ କପଡା ଖୋଲୁଛନ୍ତି । ଏହି ହିଜାବ ତଳେ ବିଭିନ୍ନ ପ୍ରକାର ଡ୍ରେସ ପିନ୍ଧଛନ୍ତି । ତା ମଧ୍ୟରେ ଜିନ୍ସ, ସାଲୱାର ସ୍କର୍ଟ ମଧ୍ୟ ସାମିଲ ଅଛି । ଭିଡିଓ ଶେଷରେ ଏଲନାଜ ଟୁ ପିସ୍ ଓ ବିକିନ ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହା କରି ସେ ସନ୍ଦେଶ ଦେଇଛନ୍ତି କି କପଡା ପିନ୍ଧିବା ଏକ ବ୍ୟକ୍ତିଗତ ପସନ୍ଦ । ଏହା ଉପରେ ପ୍ରଶ୍ନ ଉଠାଇବାର ଆବଶ୍ୟକତା ନାହିଁ ।

ଭିଡିଓରେ ଏଲନାଜ କ୍ୟାପସନ ଦେଇଛନ୍ତି କି ‘ବିଶ୍ୱର ପ୍ରତି ସ୍ଥାନରେ ପ୍ରତ୍ୟେକ ମହିଳାଙ୍କୁ ଏହି କଥାରେ ଏକମତ ହେବା ଦରକାର କି ସେ କେବେ ଓ କେଉଁଠି କଣ ପିନ୍ଧିବେ ତାହା ସେମାନଙ୍କ ଉପରେ ନିର୍ଭର କରେ । ଅନ୍ୟ କୌଣସି ଲୋକର ଏହା ଉପରେ ହକ୍ ନାହିଁ ଯେ କିଏ କଣ ପିନ୍ଧିବ ତାହା ଉପରେ ଟିପ୍ପଣୀ କରିବ’