କନକ ବ୍ୟୁରୋ : ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଆଇପିଏସ ବିନୟାନନ୍ଦ ଝା ହେଲେ ଓଏସଡି ଗୃହ ବିଭାଗ । ଏବେ ସେ ଓଏଚଆରସିର ଅତିରିକ୍ତ ଡିଜି ରହିଛନ୍ତି । ବିନୟାନନ୍ଦଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି ୧୯୮୯ ବ୍ୟାଚର ଆଇପିଏସ ପ୍ରାଣବିନ୍ଦୁ ଆଚାର୍ଯ୍ୟ ।
ସେହିପରି ପୂର୍ବତନ ପୋଲିସ କମିଶନର ଆଇପିଏସ ସୁଧାଂଶୁ ଷଡଙ୍ଗୀ ହେଲେ ରେଳବାଇ ଓ ଉପକୂଳ ସୁରକ୍ଷା ଏଡିଜି । ଏବେ ସେ ଗୃହ ବିଭାଗର ଓଏସଡି ଅଛନ୍ତି । ସେହିପରି ଶଫିନ ଅହମ୍ମଦ ହେଲେ ଅଗ୍ନିଶମ ଏବଂ ଗୃହରକ୍ଷୀ ଆଇଜି । ଏବେ ସେ ବୈଷୟିକ ଆଇଜି ଭାବରେ ଦାୟିତ୍ୱ ତୁଲାଉଛନ୍ତି । ଏଲ. ଦିବ୍ୟା ଭିଙ୍କୁ ଢେଙ୍କାନାଳ ଏସପି ଭାବରେ ନିଯୁକ୍ତି ମିଳିଛି । ଏବେ ସେ ସିଆଇଡି-କ୍ରାଇମବ୍ରାଞ୍ଚ ଏସପି ଭାବେ କାମ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/42-6.jpg)