ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ । ଭିଜିଲାନ୍ସ ,କ୍ରାଇମବ୍ରାଞ୍ଚକୁ ମିଳିଲା ନୂଆ ମୁଖିଆ ।

208

କନକ ବ୍ୟୁରୋ: ଆଜି ଆଇପିଏସ୍ ସ୍ତରରେ ଏକ ବଡ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଏହି ଅଦଳ ବଦଳ ସହ ଆଇପିଏସ୍ ଯଶବନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ତା ସହ ଆଇପିଏସ୍ ସଞ୍ଜୀବ ପଣ୍ଡା କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ବ ତୁଲାଇବେ । ସେହିପରି ଆଇପିଏସ୍ ସୁଧାଂଶୁ ଷଡଙ୍ଗୀଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ଅଧିକାରୀ ଭାବେ ଦାୟିତ୍ୱ ମିଳିଛି । ଅନ୍ୟପଟେ ଆଇପିଏସ୍ ଲଳିିତ ଦାସଙ୍କୁ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦେଇଛି ଗୃହ ବିଭାଗ ।ତା ସହ ଆରକେ ଶର୍ମାଙ୍କୁ ଆଇନ୍ ଶୃଙ୍ଖଳା ଏଡିଜି ଏବଂ ଅସିତ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଆଇଜି ଭାବେ ନୂଆକରି ଦାୟିତ୍ୱ ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା କ୍ରମେ ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ପରିବହନ କମିସନର ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।