ବିଗ୍ –ବସ୍ ଅଫରକୁ ଦୁଇଥର ମନା କରିଦେଇଛନ୍ତି ଏହି ଆଇପିଏସ୍ ଅଫିସର୍ । ଫିଟନେସକୁ ନେଇ ରହିଆସିଛନ୍ତି ଚର୍ଚ୍ଚାରେ

175

କନକ ବ୍ୟୁରୋ : ଦେଶର ଅନେକ ଆଇପିଏସ୍ ଅଫିସରଙ୍କ ସାହସିକତାର କାହାଣୀ ଶୁଣିଛେ । କାହା ଭୟରେ ଅପରାଧୀ ଅପରାଧ ଛାଡିଦେଇଛନ୍ତି ତ ଆଉ କିଏ ଅପରାଧକୁ ମୂଳରୁ ଓପାଡି ଫୋପାଦେଇଛନ୍ତି । କିନ୍ତୁ ବର୍ତ୍ତମାନ ଯେଉଁ ଆଇପିଏସ୍ ଅଫିସରଙ୍କ କଥା କହିବାକୁ ଯାଉଛୁ, ସେ ଟିକେ ନିଆରା । ତାଙ୍କ ନାଁରେ ୨୩ବର୍ଷ ବୟସରେ ଆଇପିଏସ୍ ବନିବାର ରେକର୍ଡ ମଧ୍ୟ ରହିଛି ।
ସଚିନ ଅନୁଲକର, ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରେ ତାଙ୍କର ଜନ୍ମ । ମାତ୍ର ୨୩ବର୍ଷ ବୟସରେ ୟୁପିଏସସି ସିଭିଲ ସର୍ଭିସ୍ ପରୀକ୍ଷା ପାସ୍ କରିନେଇଥିଲେ । ୨୦୦୭ରେ ଯେତେବେଳେ ତାଙ୍କୁ ଆଇପିଏସ ପାଇଁ ଚୟନ କରାଯାଇଥିଲା, ସେତେବେଳେ ସେ ତାଙ୍କ ବ୍ୟାଚର ସବୁଠୁ କମ୍ ବୟଷ୍କ ଥିଲେ । ଏଥିପାଇଁ ତାଙ୍କୁ ସବୁସ୍ଥାନରେ ୟଙ୍ଗେଷ୍ଟ ଅଭିସର ନାମରେ ଜଣାଯାଉଥିଲା । କେବଳ ଏତିକି ନୁହେଁ, ସଚିନ୍ ଅତୁଲକର କାମକୁ ଛାଡି ତାଙ୍କ ଫିଟନେସଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ସଚିନଙ୍କ ଫିଟନେସ୍ ଆଗରେ ବଡ ବଡ ବଡିବିଲ୍ଡର ବି ଫିକା ପଡିଯାଇଛନ୍ତି । ତାଙ୍କର ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ତାଙ୍କୁ ହ୍ୟାଣ୍ଡସମ୍ ପୋଲିସବାଲା ବୋଲି କୁହାଯାଏ । ସୋସିଆଲ ମିଡିଆରେ ବି ସଚିନଙ୍କ ଅନେକ ପ୍ରଶଂସକ ରହିଛନ୍ତି । ଇଂଷ୍ଟାଗ୍ରାମରେ ସଚିନଙ୍କ ଏକ ମିଲିୟନରୁ ଅଧିକ ଫଲଅର୍ସ ରହିଛନ୍ତି ।
ସଚିନ୍ ତାଙ୍କ ଫିଟନେସ୍ ପାଇଁ ୫ରୁ ୬ଦିନ ଏକ୍ସରସାଇଜ୍ କରନ୍ତି । ପ୍ରତିଦିନ ୧ଘଣ୍ଟା ଜିମରେ ଝାଳ ବୁହାଇଥାନ୍ତି । ଏହାଛଡା ଯୋଗ ଆଉ ମେଡିଟେସନ୍ ମଧ୍ୟ କରନ୍ତି ସଚିନ୍ । ସବୁଠୁ ବଡକଥା ହେଉଛି, ସଚିନଙ୍କୁ ଦୁଇଥର ବିଗ୍ ବସ୍ ପାଇଁ ଅଫର ମଧ୍ୟ ମିଳିସାରିଛି କିନ୍ତୁ ସେ ଦୁଇଥର ସେ ବିଗ୍ ବସ୍ ଅଫରକୁ ମନା କରିଦେଇଛନ୍ତି ।