ଏଥର ଆଇପିଏଲର ଦାମୀ ଖେଳାଳି କ୍ରିସ୍ ମୋରିସ । ୧୬ କୋଟି ୨୫ ଲକ୍ଷ ରେକର୍ଡ ଦାମରେ କିଣିଲା ରାଜସ୍ଥାନ । ୧୪.୨୫ କୋଟିରେ ମାକ୍ସୱେଲଙ୍କୁ କିଣିଲା ଆରସିବି । 

142

କନକ ବ୍ୟୁରୋ: ଚେନ୍ନାଇରେ ଶେଷ ହୋଇଛି ଫଟାଫଟ୍ କ୍ରିକେଟର ମହାକୁମ୍ଭ ପାଇଁ ଖେଳାଳି ନିଲାମି । ପ୍୍ରଥମ ଦିନରେ ରେକର୍ଡ ଦାମରେ ବିକ୍ରି ହୋଇଛନ୍ତି ବିଦେଶୀ ଖେଳାଳି କ୍ରିସ୍ ମୋରିସ । ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲରାଉଣ୍ଡରଙ୍କୁ ଏଥର ୧୬ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି ରାଜସ୍ଥାନ ରୟାଲସ । ଆଇପିଏଲ୍ ଇତିହାସରେ ଏହା ସବୁଠାରୁ ଅଧିକ ଦାମ । ଏଥର କ୍ରିସ୍ ମୋରିସଙ୍କ ବେସ୍ ପ୍ରାଇସ୍ ରହିଥିଲା ୭୫ ଲକ୍ଷ । ଏତେ ବଡ ଦାମରେ ତାଙ୍କୁ କିଣିଛି ରାଜସ୍ଥାନ ।

ପୂର୍ବରୁ ଯୁବରାଜ ସିଂଙ୍କ ନାଁରେ ଥିଲା ଆଇପିଏଲରେ ସବୁଠାରୁ ଦାମୀ ଖେଳାଳିର ରେକର୍ଡ । ସେତେବେଳେ ୧୬ କୋଟିରେ ବିକ୍ରି ହୋଇଥିଲେ ଯୁବି । ଏବେ କ୍ରିସ୍ ମୋରିସ୍ ବିଦେଶୀ ଖେଳାଳି ଭାବେ ୧୬ କୋଟି ୨୫ ଲକ୍ଷରେ ବିକ୍ରି ହୋଇ ଏହି ରେକର୍ଡ ଭଙ୍ଗ କରିଛନ୍ତି । ତାଙ୍କ ସହିତ ନଜର ପକାନ୍ତୁ ଅନ୍ୟ ଖେଳାଳିଙ୍କ ନିଲାମ ମୂଲ୍ୟ ଉପରେ …

ଗ୍ଲେନ୍ ମାକ୍ସୱେଲ – ୧୪ କୋଟି ୨୫ ଲକ୍ଷ – ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର

ଜେ ରିଚାର୍ଡସନ୍- ୧୪ କୋଟି- କିଙ୍ଗସ ଇଲେଭେନ୍ ପଂଜାବ

ମୋଇନ ଅଲ୍ଲୀ- ୭ କୋଟି – ଚେନ୍ନାଇ ସୁପରକିଙ୍ଗସ

ଶିବମ ଦୁବେ- ୪ କୋଟି ୪୦ ଲକ୍ଷ- ରାଜସ୍ଥାନ ରୟାଲସ୍ 

ସାକିବଲ୍ ହସନ-୩ କୋଟି ୨୦ ଲକ୍ଷ – କେକେଆର

ପିୟୁଷ ଚୱାଲା- ୨ କୋଟି ୪୦ ଲକ୍ଷ- ମୁମ୍ୱାଇ ଇଣ୍ଡିଆନ୍ସ

ଷ୍ଟିଭେନ୍ ସ୍ମିଥ୍ – ୨ କୋଟି ୨୦ ଲକ୍ଷ- ଦିଲ୍ଲୀ କ୍ୟାପିଟାଲସ

ଏଥର ଆଇପିଏଲ ଆକ୍ସନରେ ସାମିଲ ହୋଇଥିଲେ ୨୯୨ ଖେଳାଳି । ଏହା ମଧ୍ୟରେ ୧୬୪ ଭାରତୀୟ ଓ ୧୨୪ ବିଦେଶୀ ଖେଳାଳି ସାମିଲ ଥିଲେ । ସେମାନଙ୍କ ଭିତରୁ ନିଜ ମନପସନ୍ଦର ଖେଳାଳିଙ୍କୁ ଫ୍ରାଞ୍ଚାଇଜମାନେ କିଣିନେଇଛନ୍ତି । ତେବେ ଦୁଇ ଓଡିଆ କ୍ରିକେଟର ବ୍ୟାଟ୍ସ ମ୍ୟାନ୍ ଶୁଭ୍ରାଂଶୁ ସେନାପତି ଓ ଅଲରାଉଣ୍ଡର ଗୋବିନ୍ଦ ପୋଦାର ଏଥର ଆଇପିଏଲ୍ ଅକ୍ସନରୁ ନିରାଶ ହୋଇଛନ୍ତି ।