ଡିସେମ୍ବର ୧୮ରେ ଆଇପିଏଲ ବଜାର ! ବିକ୍ରି ହେବେ କ୍ରିକେଟ୍ ଜଗତର ଶ୍ରେଷ୍ଠ ଖେଳାଳୀ ।

255

କନକ ବ୍ୟୁରୋ : ଦ୍ୱାଦଶ ବର୍ଷରେ ପାଦ ଥାପିବାକୁ ଯାଉଛି ବିଶ୍ୱର ସବୁଠାରୁ ବଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ । ଆଇପିଏଲ୍ ୨୦୧୯ ପାଇଁ ଆସନ୍ତା ଡିସେମ୍ବର ୧୮ ତାରିଖରେ ହେବ ନିଲାମୀ ପ୍ରକ୍ରିୟା । ରାଜସ୍ଥାନ ଜୟପୁରରେ ଠାରେ ଗୋଟିଏ ଦିନ ପାଇଁ ଆଇପିଏଲ ବଡାର ବସିବ । ପୂର୍ବରୁ ବାଙ୍ଗାଲୋର ଠାରେ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେଉଥିବା ବେଳେ ଚଳିତଥର ଏହା ପରିବର୍ତ୍ତନ ହୋଇ ଜୟପୁର ଠାରେ ହେବ । ସୋମବାର ସନ୍ଧ୍ୟାରେ ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ତେବେ ଏଥର କେବଳ ୭୦ ଜଣ ଖେଳାଳୀଙ୍କୁ ନିଲାମୀ ପ୍ରକ୍ରିୟାରେ ସ୍ଥାନ ମିଳିଛି । ଏଥି ମଧ୍ୟରୁ ୫୦ ଜଣ ଭାରତୀୟ ଖେଳାଳୀ ରହିଥିବା ବେଳେ ୨୦ଜଣ ବିଦେଶୀ ଖେଳାଳୀ ଅଛନ୍ତି । ଏବଂ ୮ଟି ଦଳ ପାଖରେ ନିଲାମୀରେ ଡାକ ଲଗାଇବା ପାଇଁ ୧୪୫ କୋଟି ୨୫ ଲକ୍ଷ ଟଙ୍କା ରହିଛି । ତେବେ ନିଲାମୀ ପ୍ରକ୍ରିୟା ପୂର୍ବରୁ ଗତ ମାସରେ ଦଳ ଗୁଡିକ କେଉଁ ଖେଳାଳୀ ଦଳରେ ରହିବେ ଏବଂ କାହାକୁ ଦଳ ଛାଡି ଥିଲେ ସେନେଇ ଘୋଷଣା କରାଯାଇଥିଲା । ଆଉ ଏଥିରେ ଅନେକ ବଡ ଖେଳାଳୀଙ୍କ ନାମ ମଧ୍ୟ ସାମିଲ ଥିଲା ।

କିଙ୍ଗସ ଏକାଦଶ ପଞ୍ଜାବ ଯୁବରାଜ ସିଂହ ଏବଂ ଦିଲ୍ଲୀ ଡେୟାରଡେଭିଲ୍ସ ଗୌତମ ଗମ୍ଭୀରକୁ ପରିତ୍ୟାଗ କରିଥିଲା । ତେବେ ସବୁଠାରୁ ବଡ କଥା ହେଉଛି ବିଶ୍ୱକପ ପୂର୍ବରୁ ଆଇପିଏଲ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କେତେକ ଦ୍ରୁତଗତି ବୋଲରମାନଙ୍କୁ ବିଶ୍ରାମ ଦେବାକୁ ଚାହୁଁଛନ୍ତି । ତେବେ ଡିସେମ୍ବର ୧୮ ତାରିଖରେ ଆଇପିଏଲ୍ ୨୦୧୯ ପାଇଁ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ ।