ଆଇପିଏଲ ପୂର୍ବରୁ ଧୋନୀଙ୍କୁ ଧକ୍କା ! ପୁଣେ ସୁପରଜାୟଶ୍ଚସର ଅଧିନାୟକ ପଦରୁ ହଟାଇଲେ ସଂଜୀବ ଗୋଏଙ୍କା

39

କନକ ବ୍ୟୁରୋ : ଆଇପିଏଲ ପୂର୍ବରୁ ଧୋନୀଙ୍କୁ ଧକ୍କା । ପୁଣେ ସୁପରଜାୟଶ୍ଚସର ଅଧିନାୟକ ପଦରୁ କ୍ୟାପଟେନ କୁଲ୍ ମହେନ୍ଦ୍ର ସିଂ ଧୋନୀଙ୍କୁ ହଟାଇ ଦିଆଯାଇଛି । ଧୋନୀଙ୍କ ସ୍ଥାନରେ ଅଷ୍ଟ୍ରେଲିଆ କ୍ୟାପଟେନ ଷ୍ଟିଭ ସ୍ମିଥଙ୍କୁ ପୁନେ ଦଳର ଦାୟିତ୍ୱ ଦିଆଯାଇଛି । କିଛିଦିନ ପୂର୍ବେ ଧୋନୀ ଟିମ ଇଣ୍ଡିଆର ଦିନିକିଆ ଓ ଟୋନ୍ଟି ଟୋନ୍ଟେି ଫର୍ମାଟରୁ ଇସ୍ତଫା ଦେଇଥିଲେ ।

ଆଉ ଏଥର ଆଇପିଏଲ ସିଜିନ ୧୦ରେ ପୁଣେ ଦଳରେ ଦେଖିବାକୁ ମିଳିବନି ଧୋନୀଙ୍କ ଅଧିନାୟକତ୍ୱ । ଏ ନେଇ ସ୍ପଷ୍ଟ କରିଛନ୍ତି ପୁଣେ ଦଳର ମାଲିକ ସଂଜୀବ ଗୋଏଙ୍କା । ଦଳର କତୃପକ୍ଷ କହିଛନ୍ତି ଯେ ଯୁବକଙ୍କ ଟିମ ଚାହୁଁଥିବାରୁ ଧୋନିଙ୍କୁ ହଟାଯାଇଛି ।