ଆଇଫୋନ୍ କିଣିବାର ଖୁସି ପାଣିରେ ମିଶିଲା, ଆଇଫୋନ୍ ରେ iOS ଅପଡେଟ୍ କରୁଥିବା ସମୟରେ ହେଲା ବ୍ଲାଷ୍ଟ

ଦୁର୍ଘଟଣା ପଛର କାରଣ ଜାଣିବା ପାଇଁ ଆପଲ ଏବେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି

84

ଦୁନିଆରେ ଏମିତି ଅନେକ ଲୋକ ରହିଛନ୍ତି ଯେଉଁମାନେ ନିଜ ଆୟରୁ କିଛି ଟଙ୍କା ସଞ୍ଚୟ କରିଥାନ୍ତି । କିଛି ଲୋକ ଘର ଚଳାଇବା ପାଇଁ ରଖୁଥିବା ବେଳେ କିଛି ଲୋକ କେବଳ ଗୋଟେ ଆଇଫୋନ କିଣିବା ପାଇଁ ଟଙ୍କା ସଞ୍ଚୟ କରିଥାନ୍ତି । ଯେତେବେଳେ ଆଇଫୋନ କିଣିବାର ସ୍ୱପ୍ନ ପୂରା ହୁଏ,ସେତେବେଳେ କିଣିବା ଲୋକର ଖୁସିର ଠିକଣା ନଥାଏ । କିନ୍ତୁ ରାହେଲ ମହମ୍ମଦଙ୍କ ସହ ଘଟିଥିବା ଘଟଣା ପରେ କିଛି ଲୋକ ଅଇଫୋନ ଏକ୍ସ କିଣିବା ପାଇଁ ପଛଘୁଞ୍ଚା ଦେବେ ।

ସୂଚନା ମୁତାବକ, ଆମେରିକାର ୱାଶିଙ୍ଗଟନରେ ଆଇଫୋନ ଏକ୍ସ କିଣି ରାହେଲ ସେଥିରେ ୧୨.୨ ଆଇଓଏସକୁ ଅପଡ଼େଟ୍ କରାଉଥିଲେ । ଏହି ସମୟରେ ଫୋନଟି ଗରମ ହୋଇଯିବା ସହ ଫାଟି ଯାଇଥିଲା । କିଣିବା ପରେ ମିଳିଥିବା ଖୁସି ଏହି ଘଟଣା ପରେ ପାଣିରେ ମିଶି ଯାଇଥିଲା । ରାହେଲ ଏହି ଘଟଣାର ଅଭିଯୋଗ ଟ୍ୱିଟର ଜରିଆରେ କମ୍ପାନିକୁ କରିବା ପରେ କମ୍ପାନି କ୍ଷମା ମାଗିବା ସହ ଏହା ଉପରେ ଧ୍ୟାନ ଦେବେ ବୋଲି କହିଥିବା ଦେଖାଯାଇଛି । ଦୁର୍ଘଟଣା ପଛର କାରଣ ଜାଣିବା ପାଇଁ ଆପଲ ଏବେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।