ଉଦଘାଟିତ ହେଲା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ !

142

କନକ ବ୍ୟୁରୋ : ଉଦଘାଟିତ ହେଲା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ । ମୁଖ୍ୟମନ୍ତ୍ରୀ ବାରିପଦାରେ ରାଜ୍ୟର ପଂଚମ ସରକାରୀ ମେଡିକାଲ କଲେଜକୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି । ଆଜିଠାରୁ ହିଁ ଆରମ୍ଭ ହେବ ପ୍ରଥମ ବର୍ଷର ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ । ୪୦ ବର୍ଷର ଦୀର୍ଘ ମୟୂରଭଞ୍ଜ ବାସୀଙ୍କ ଆନ୍ଦଳନ ପରେ ସ୍ୱପ୍ନ ପୂରଣ ହୋଇଛି । ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ସମସ୍ତ ଶହେ ସିUlj ନାମଲେଖା ସରିଥିବା ବେଳେ ୩୩ଜଣ ଛାତ୍ରୀ ଓ ୬୭ ଜଣ ଛାତ୍ର ନାମ ଲେଖାଇଛନ୍ତି । ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଦ୍ୱାରା କେବଳ ମୟୂରଭଞ୍ଜ ନୁହଁ ପଡୋଶୀ ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ଲୋକ ବେସ୍ ଉପକୃତ ହେବେ ।

ସେଥିପାଇଁ ପଡୋଶୀ ରାଜ୍ୟର ଜିଲ୍ଲା ମାନଙ୍କରେ ମଧ୍ୟ ବେସ୍ ଉତ୍ସାହ ପ୍ରକାଶ ପାଇଛି । ଏହି ମେଡିକାଲକୁ ନେଇ ବହୁ ବିବାଦ ଦେଖାଦେଇଥିଲା । ମେ ୧୪ ତାରିଖରେ ନାମ ଲେଖାପାଇଁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ ମାଣ୍ଡେଟେଡ୍ ଓଭରସାରଇଟ୍ କମିଟି । ଏମସିଆଇରୁ ନାମ ଲେଖା ପାଇଁ ଅନୁମତି ନମିଳିବାରୁ କମିଟିର ଦ୍ୱାରସ୍ଥ ହୋଇଥିଲେ ରାଜ୍ୟ ସରକାର । ଏମସିଆଇ ଟିମ୍ ଭିତ୍ତିଭୂମି ଅନୁଧ୍ୟାନ କରି ରିପୋର୍ଟ ଦେବାରେ ବିଳମ୍ବ ଯୋଗୁଁ ନାମ ଲେଖା ଅନୁମତିକୁ ନେଇ ବିବାଦ ଦେଇଥିଲା । ଯାହାକୁ ନେଇ ସୁପ୍ରିମକୋର୍ଟ ମାଣ୍ଡେଟେଡ୍ ଓଭରସାରଇଟ୍ କମିଟିଙ୍କ ଦ୍ୱାରସ୍ଥ ହୋଇଥିଲେ ରାଜ୍ୟ ସରକାର ।