ମହାକାଶ ଷ୍ଟେସନରେ କେମିତି ରହନ୍ତି ଲୋକ ,ଆର୍ନ୍ତଜାତୀୟ ମହାକାଶ ଷ୍ଟେସନ କ’ଣ ? କାହିଁକି ନିର୍ମାଣ କରାଯାଇଥିଲା ମହାକାଶରେ ଏକ ଅଦୃଶ୍ୟ ଷ୍ଟେସନ

158

କନକ ବ୍ୟୁରୋ : ମହାକାଶ ବିଜ୍ଞାନରେ ଏବେ ବି ଭାରତ ତରଫରୁ ଅନେକ ରିସର୍ଚ୍ଚ ଚାଲିଛି । ହେଲେ ଆମେ ଏବେ ଆପଣଙ୍କୁ ଆର୍ନ୍ତଜାତିୟ ମହାକାଶ ଷ୍ଟେସନ ବା ଆଇଏସଏସ୍ ବାବଦରେ କିଛି ରୋଚକ ତଥ୍ୟ ଦେବାକୁ ଯାଉଛୁ । ପୃଥିବୀରୁ ପ୍ରାୟ ୧ ଶହ କିଲୋମିଟର ଉପରକୁ ଯିବା ପରେ ମହାକାଶ ଆରମ୍ଭ ହୋଇଥାଏ । ହେଲେ ପୃଥିବୀ ପୃଷ୍ଟରୁ ୪ ଶହ କିଲୋମିଟର ଉପରକୁ ଯିବା ପରେ ମହାକାଶ ଷ୍ଟେସନ ପଡିଥାଏ । ହେଲେ ଆଶ୍ଚର୍ଯ୍ୟର କଥା ଏହା କେବେ ବି ଗୋଟିଏ ସ୍ଥାନରରେ ସ୍ଥିର ହୋଇ ରହିନଥାଏ । ଏହା ଘଂଟା ପ୍ରତି ୨୮ ହଜାର କିଲୋମିଟର ବେଗରେ ପୃଥିବୀକୁ ପରିକ୍ରମଣ କରିଥାଏ । ପ୍ରାୟ ୯୦ ମିନିଟ ଭିତରେ ଏହା ଗୋଟିଏ ଥର ପୃଥିବୀ ଚାରିପଟେ ବୁଲି ଆସିଥାଏ । ୨୦୦୦ ମସିହା ନଭେମ୍ବର ମାସ ୨ ତାରିଖରେ ଏହି ମହାକାଶ ଷ୍ଟେସନର ପୂର୍ଣ୍ଣାଙ୍ଗ ସ୍ଥାପନା ହୋଇଥିଲା । ଆଜକୁ ପ୍ରାୟ ୨୦ ବର୍ଷ ଧରି ଏହି ମହାକାଶ ଷ୍ଟେସନ କାମ କରି ଆସୁଛି ।

ଏଠାରେ ପ୍ରଶ୍ନ ଉଠେ ଯେ ମହାକାଶ ଷ୍ଟେସନର ଆବଶ୍ୟକତା କ’ଣ । ଏହି ପ୍ରଶ୍ନର ଉତରରେ ଏହା କୁହାଯାଇପାରେ ଯେ ମହାକାଶରେ ବିଭିନ୍ନ ଗ୍ରହ, ନକ୍ଷତ୍ର , ଉପଗ୍ରହ ଓ ମହାଜାଗତିକ ବସ୍ତୁ ନିଟକରେ ପହଂଚିବା ଓ ଗବେଷଣା କରିବା ଏହାର ମୁଖ୍ୟ ଉର୍ଦ୍ଦେଶ୍ୟ । ମହାକାଶକୁ ଗବେଷଣା ପାଇଁ ଯାଉଥିବା ବୈଜ୍ଞାନିକ ମାନେ ଏଠାରେ ପ୍ରଥମେ ପହଂଚି ରହିବା ସହ ଅଭିଜ୍ଞତା ଗ୍ରହଣ କରିଥାନ୍ତି । ଏହା ସର୍ବଦା ଭାସମାନ ଅବସ୍ଥାରେ ଥାଏ । ୬ ରୁ ୧୩ ଜଣ ପର୍ଯ୍ୟନ୍ତ ବ୍ୟକ୍ତି ଏକାସାଙ୍ଗରେ ଏଠାରେ ରହିପାରନ୍ତି । ଏହାକୁ ସାଧାରଣତ ୨ ଟି ଭାଗରେ ବିଭକ୍ତ କରାଯାଇଛି । ଗୋଟିଏ ଭାଗ କେବଳ ଋଷିଆର ଓ ଅନ୍ୟଭାଗଟି ଆମେରିକା ଓ ଅନ୍ୟ ୟୁରୋପିୀୟ ଦେଶ ମାନଙ୍କର । ବର୍ତମାନ ସୁଦ୍ଧା ଏହି ଷ୍ଟେସନକୁ ୨୪୦ ଜଣ ବ୍ୟକ୍ତି ଆସି ପୁଣି ଫେରି ପାରିଛନ୍ତି ।

ଏହି ଷ୍ଟେସନରେ ତାପମାନ ଓ ବାୟୁକୁ ନିୟନ୍ତ୍ରିତ କରି ମାନବ ରହିବା ପରି ପରିବେଶ ସୃଷ୍ଟି କରାଯାଇଛି । ସେଠାରେ ବି ବୁଲା ବୁଲି କରିବାର ବ୍ୟବସ୍ଥା ରହିଛି । କୌଣସି ବ୍ୟକ୍ତି ଯଦି ମହାକାଶ ଷ୍ଟେସନ ବାହାରକୁ ବାହାରିବାକୁ ଚାହେଁ ତେବେ ସେ ମହାକାଶ ପୋଷାକ ପିନ୍ଧି ବାହାରକୁ ବାହାରି ପାରିବ । ଏହି ଆନ୍ତର୍ଜାତିୟ ମହାକାଶ ଷ୍ଟେସନରେ ଗ୍ରାଭିଟି ବହୁତ କମ ଥିବାରୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ କମ୍ ପରିଶ୍ରମ କରିବାକୁ ପଡିଥାଏ ।

ପ୍ରଥମେ ୧୯୭୩ ମସିହାରେ ଆମେରିକା ତରଫରୁ ସ୍କାଏଲ୍ୟାବ ଆକାରରେ ମହାକାଶରେ ଷ୍ଟେସନ ସ୍ଥାପନ କରାଯାଇଥିଲା । ହେଲେ ଏହା କିଛିଦିନ ପରେ ତା’ର କକ୍ଷଚ୍ୟୁତରୁ ବିଚ୍ୟୁତ ହୋଇ ପୃଥିବୀର ନିକଟତର ହେବାକୁ ଲାଗିଲା । ଏହାକୁ ନଜରରେ ରଖି ୨୦୦୦ ମସିହାରେ ବୈଜ୍ଞାନିକ ମାନେ ଏହାର ସ୍ଥାୟୀ ସମାଧାନ କରିଥିଲେ । ବର୍ତମାନ ଏହି ଆନ୍ତର୍ଜାତିକ ମହାକାଶ ଷ୍ଟେସନରେ ୧୫ ଟି ଦେଶର ଭାଗିଦାରୀ ରହିଛି । ଏହା ଏକ ଫୁଟବଲ ଗ୍ରାଉଣ୍ଡ ସଦସ୍ୟ । ପ୍ରଥମରୁ ଏହା ଏତେ ବଡ ନଥିଲା । ଧିରେ ଧିରେ ଆବଶ୍ୟକତା ମୁତାବକ ଏଥିରେ ନୂଆ ନୂଆ ମଡ୍ୟୁଲ ଯୋଡା ଯାଇଛି । ୧୯୯୮ ରେ ଋଷ ଓ ୨୦୦୦ ମସିହାରେ ଆମେରିକା ମଡ୍ୟୁଲକୁ ଯୋଡା ଯାଇ ଆଇଏସଏସ୍ ର ପୂର୍ଣ୍ଣାଙ୍ଗ ରୂପ ଦିଆଯାଇଥିଲା ।

Comments are closed.