କନକ ବ୍ୟୁରୋ : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦେଶର ଅର୍ଥନୀତି ଲାଗି ଏକ ବଡ ବିପଦ ଭାବେ ଉଭା ହୋଇଛି । ଆର୍ଥିକ ଦୃଷ୍ଟିରୁ ବ୍ୟାପକ କ୍ଷତି ହେଉଛି । ପ୍ରଚଣ୍ଡ ଖରା ଯୋଗୁଁ ଯେତିକି କାମ ଲୋକ କରିବା କଥା କରିପାରୁ ନାହାନ୍ତି । ଫଳରେ ଉତ୍ପାଦକତା ହ୍ରାସ ପାଉଛି ଓ ଏହାର ପ୍ରଭାବରେ ଅର୍ଥନୀତିର ସ୍ୱଭାବିକ ଗତିକୁ ମନ୍ଥର କରୁଛି । ଆନ୍ତର୍ଜାତିକ ଶ୍ରମ ସଂଗଠନ ବା ଆଇଏଲଓ ଏହାକୁ ନେଇ ଏକ ରିପୋର୍ଟ ଜାରି କରିଛି । ରିପୋର୍ଟ ଅନୁସାରେ,

Advertisment

- ୨୦୩୦ ସୁଦ୍ଧା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପ୍ରଭାବରେ ଭାରତର ୬% କାର୍ଯ୍ୟ ସମୟ ନଷ୍ଟ ହେବ
- ୨୦୩୦ ସୁଦ୍ଧା ବିଶ୍ୱସ୍ତରରେ ୨.୨% କାର୍ଯ୍ୟ ସମୟ ନଷ୍ଟ ହେବ
- ଆମେରିକା ଓ ଚୀନ ଏହି ହାର ୧ ପ୍ରତିଶତରୁ ମଧ୍ୟ କମ ରହିବ
- ୨୦୩୦ ସୁଦ୍ଧା ଚୀନରେ ୦.୮% କାର୍ଯ୍ୟ ସମୟ ନଷ୍ଟ ହେବ
- ୨୦୩୦ ସୁଦ୍ଧା ଆମେରିକାରେ ୦.୨% କାର୍ଯ୍ୟ ସମୟ ନଷ୍ଟ ହେବ
- ଅତ୍ୟଧିକ ଗରମ ଦ୍ୱାରା କୃଷି କ୍ଷେତ୍ର ଅଧିକ ପ୍ରଭାବିତ ହେବ
- କୋଠାବାଡି ଆଦି ନିର୍ମାଣରେ ଶ୍ରମିକଙ୍କ କାମ କରୁଥିବା ସମୟ ହ୍ରାସ ପାଇବ
- ଫଳରେ ଉତ୍ପାଦକତା ହ୍ରାସ ପାଇବ ଓ ଅର୍ଥନୀତିର ସ୍ୱଭାବିକ ଗତି ମନ୍ଥର ହେବ
- ଗରମ ଯୋଗୁଁ ଯେତିକି କାର୍ଯ୍ୟ ସମୟ କମିବ ତାହା ୩୪ ନିୟୁତ ଚାକିରୀର କାମ ସହ ସମାନ
- ଭାରତର ୧୮ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ଅତ୍ୟଧିକ ଗମର ଦିନ ସଂଖ୍ୟା ବଢିବାରେ ଲାଗିଛି
- ୨୦୧୧ ମସିହାରେ ଅତ୍ୟଧିକ ଗରମ ଦିନ ସଂଖ୍ୟା ୪୦ ଥିଲା
- ୨୦୨୨ ମସିହାରେ ଅତ୍ୟଧିକ ଗମର ଦିନ ସଂଖ୍ୟା ବୃଦ୍ଧି ପାଇ ୨୦୩ ହୋଇଥିଲା
- ଗତ ୩୦ ବର୍ଷରେ ସବୁଠୁ ଗରମ ଦିନର ତାପମାତ୍ରାରେ ୦.୬୩ ଡିଗ୍ରୀ ବୃଦ୍ଧି ହୋଇଛି
- ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଗମର ଦିନର ତାପମାତ୍ରାରେ ୪.୭ ଡିଗ୍ରୀ ବୃଦ୍ଧି ସମ୍ଭାବନା
- ସର୍ବନିମ୍ନ ରାତିର ତାପମାତ୍ରାରେ ୫.୫ ଡିଗ୍ରୀ ସେଲସିୟସ ବୃଦ୍ଧି ହେବାର ସମ୍ଭାବନା