ଯୁଗ ବଦଳୁଛି, ବଦଳୁନି ଲୋକଙ୍କ ମାନସିକତା : ଏବେ ବି ଅଲୋଡ଼ା ଶିଶୁ କନ୍ୟା, ରାଜ୍ୟରେ ହ୍ରାସ ପାଉଛି କନ୍ୟା ସନ୍ତାନ ହାର

579

କନକ ବ୍ୟୁରୋ : କଥାରେ ଅଛି ଭାଗ୍ୟରେ ଥିଲେ କନ୍ୟା ରତ୍ନ ମିଳେ । ହେଲେ ଆଜିକା ଦୁନିଆରେ ରତ୍ନ ଅଲୋଡ଼ା ପାଲଟିଛି । ପୁତ୍ର ମୋହରେ ସମସ୍ତେ ପାଗଳ । କନ୍ୟା ସନ୍ତାନ ଟିଏ ହେଲେ ରାସ୍ତାକଡ଼କୁ ଫିଙ୍ଗି ଦେଉଛନ୍ତି । ଆଜି ଆର୍ନ୍ତଜାତୀୟ କନ୍ୟା ଦିବସରେ ଆମ ରାଜ୍ୟ ଓଡ଼ିଶା ପାଇଁ ଆସିଛି ଚିନ୍ତାଜନକ ଖବର । ଧୀରେ ଧୀରେ ଓଡ଼ିଶାରେ ହ୍ରାସ ପାଉଛି କନ୍ୟା ସନ୍ତାନଙ୍କ ହାର ।

ସମୟ ବଦଳୁଛି ହେଲେ, ଲୋକଙ୍କ ମାନସିକତାରେ ପରିର୍ତ୍ତନ ହେଉଛି । ଝିଅପୁଅ ସମାନ ସମାନ କହି ଗଳାଫଟାଇ ଚିକ୍ରାର କଲେ ମଧ୍ୟ କେଉଁଠି ନା କେଉଁଠି ଭେଦଭାବ ରହିଛି । ଘରେ ପୁଅଟିଏ ହେଲେ ଖୁସିରେ ଫାଟିପଡ଼ନ୍ତି ପରିବାର ଲୋକ । ସାହିପଡ଼ିଶା, ବନ୍ଧୁ ପରିଜନଙ୍କ ଘରକୁ ମିଠା ପଠାହୁଏ । ହେଲେ ଝିଅ ହେଲେ ମନ ଉଣାକରି କିଏ ଘର କୋଣରେ ବସୁଛି ତ ପୁଣି କିଏ ରାସ୍ତାକଡ଼ ଓ ଡଷ୍ଟବିନକୁ ଫୋପାଡ଼ି ଦେଉଛି ।

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ୨୦୧୫-୧୬ ଠାରୁ ଶିଶୁ କନ୍ୟା ହାର ଲଗାତାର ହ୍ରାସ ପାଇବାରେ ଲାଗିଛି । ସେହି ବର୍ଷ ୧୦୦୦ ଶିଶୁ ପୁତ୍ରରେ ୯୪୩ ଜଣ କନ୍ୟା ସନ୍ତାନ ଥିଲେ । ଅନ୍ୟପଟେ ୨୦୧୬-୧୭ରେ ୯୪୦ ଆଉ ୨୦୧୭-୧୮ରେ ୯୩୬ ଆଉ ୨୦୧୮-୧୯ରେ ୯୪୧ ରହିଛି । ଅନ୍ୟପଟେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ୨୦୧୯-୨୦ରେ ରାଜ୍ୟର ୧୦ ଜିଲ୍ଲାରେ କନ୍ୟା ସନ୍ତାନ ହାର କମିଛି ।  ରିପୋର୍ଟରୁ ସ୍ପଷ୍ଟ ହେଉଛି ଯୁବ ବଦଳୁଛି ସିନା ଲୋକଙ୍କ ମନ ବଦଳୁନି । ଆଜି ବି କନ୍ୟା ସନ୍ତାନ ମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଛି ।