ପୁଣି ଡରାଇଲାଣି କରୋନା । ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ପ୍ରତିବନ୍ଧକ । ୩୧ ମାର୍ଚ୍ଚ ଯାଏ ପ୍ରତିବନ୍ଧକ ଲଗାଇଲା ଡିଜିସିଏ

212

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡାଣ ପ୍ରତିବନ୍ଧକୁ ୩୧ ମାର୍ଚ୍ଚ ଯାଏ ବୃଦ୍ଧି କରିଛନ୍ତି ଡିଜିସିଏ । ଡିଜିସିଏ ଟ୍ୱିଟର ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ମାର୍ଚ୍ଚ ୨୩ ତାରିଖରୁ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ରଦ୍ଦ କରାଯାଇଥିଲା ।

କହିରଖୁ କି ଏହି ପ୍ରତିବନ୍ଧକ ୨୮ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ଲାଗୁ କରାଯାଇଥିଲା । ମାତ୍ର କିଛିଦିନ ହେବ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଏହାକୁ ଦୃଷ୍ଟିରେ ରଖି ଡିଜିସିଏ ଏହି ପ୍ରତିବନ୍ଧକକୁ ମାର୍ଚ୍ଚ ୩୧ ଯାଏ ବୃଦ୍ଧି କରିଛନ୍ତି ।

ଶୁକ୍ରବାର ସଂନ୍ଧ୍ୟାରେ ଏନେଇ କଟକଣା ଜାରି କରାଯାଇଛି । ଡିଜିସିଏ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ମୁତାବକ ଭାରତରୁ ବାହାର ଦେଶକୁ ଯାଉଥିବା ଓ ବାହାର ଦେଶରୁ ଭାରତକୁ ଆସୁଥିବା ସବୁ ଅର୍ନ୍ତରାଷ୍ଟ୍ରୀୟ ବିମାନ ଚଳାଚଳକୁ ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରଦ୍ଦ କରାଗଲା । ଏହାସହ ଡିଜିସିଏ କହିଛନ୍ତି କି ଜରୁରୀକାଳୀନ ପରିସ୍ଥିତିରେ ଡିଜିସିଏ ଅନୁମତି ନେଇ ବିମାନ ଉଡାଣ କରିପାରିବ ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଗତବର୍ଷ ଅର୍ନ୍ତରାଷ୍ଟ୍ରୀୟ ବିମାନ ଚଳାଚଳକୁ ବନ୍ଦ କରାଯାଇଥିଲା । କିନ୍ତୁ ସ୍ଥିତି ସୁଧୁରିବା ପରେ ସମୟ ସମୟରେ ଏହି କଟକଣାକୁ କୋହଳ କରାଯାଇଥିଲା । ଏବେ ଘରୋଇ ବିମାନ ଚଳାଚଳକୁ ଅନୁମତି ମିଳିଥିଲେ ବି ପୂର୍ବବର୍ଷ ତୁଳନାରେ ବିମାନ ସଂଖ୍ୟା ବହୁତ କମ୍ ରହିଛି ।