ଅବପାତର ରୂପ ନେଲା ସୁଦୃଶ୍ୟ ଲଘୁଚାପ । ବାଲେଶ୍ୱର ଠାରୁ ୯୦ କିଲୋମିଟର ଦୂରରେ ରହିଛି ଅବପାତ ।

315

କନକ ବ୍ୟୁରୋ : ଅବପାତର ରୂପ ନେଲା ସୁଦୃଶ୍ୟ ଲଘୁଚାପ । ବାଲେଶ୍ୱରର ପୂର୍ବ ଓ ଉତ୍ତର-ପୂର୍ବରେ ଅବପାତ । ବାଲେଶ୍ୱର ଠାରୁ ୯୦ କିମି ଦୂରରେ କେନ୍ଦ୍ରୀଭୂତ । ଦୀଘାର ଦକ୍ଷିଣ-ପୂର୍ବରେ ୧୦ କିମି ଦୂରରେ ଅବପାତ ରହିଛି । ଏହା ଆଗକୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଅବପାତ ରୂପରେ ରହିବ । ଆସନ୍ତା ୬ ଘଣ୍ଟାରେ ଏହା ସ୍ଥଳଭାଗ ଛୁଇଁପାରେ । ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ମଧ୍ୟରେ ଅତିକ୍ରମ କରିବା ସମ୍ଭାବନା ରହିଛି ।

ଏସବୁ ଭିତରେ ହୀରାକୁଦର ଉପରମୁଣ୍ଡରେ ଏବଂ ତଳ ମୁଣ୍ଡରେ ବର୍ଷା ଜାରି ରହିଛି । ହୀରାକୁଦରୁ ୫ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ବେଳେ ୫ ଲକ୍ଷ ୬୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ଏବେ ହୀରାକୁଦର ୩୪ ଟି ଗେଟ ଖୋଲା ରହିଛି । ସ୍ଥିତି ଦେଖି ଅଧିକ ଗେଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯିବ । ବଂଶଧାରା କାଶୀନଗର ନିକଟରେ ଜଳ ସ୍ତର ବଢିଛି । ଆଖୁଆପଦାଠାରେ ବୈତରଣୀ ନଦୀର ଜଳ ସ୍ତର ବଢୁଛି ଏବଂ ଜଳକାର ଜଳ ସ୍ତର ବି ବଢ଼ିବାରେ ଲାଗିଛି । ସକାଳ ୭ ଟା ସୁଦ୍ଧା ମୁଣ୍ଡଳୀ ଦେଇ ୫ ଲକ୍ଷ ୫୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଉପର ମୁଣ୍ଡରୁ ପାଣି ଆସିବା ଜାରି ରହିଛି ତେଣୁ ଜଳ ସ୍ତର ଆହୁରି ବଢ଼ିବ ।

୧୫ ତାରିଖ ସୁଦ୍ଧା ମୁଣ୍ଡଳି ଦେଇ ୭ ଲକ୍ଷ କ୍ୟୁସେକ ପ୍ଲସ ଜଳ ପ୍ରବାହିତ ହେବ । କିନ୍ତୁ ବର୍ଷା ଜାରି ରହିଥିବାରୁ ଜଳ ସ୍ତର ବଢିପାରେ । ବର୍ତ୍ତମାନ କୌଣସି ସ୍ଥାନରେ ନଦୀ ବନ୍ଧ ଭାଙ୍ଗିବା ନେଇ କୌଣସି ଖବର ଆସି ନାହିଁ । ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି । ଅଫିସର ମାନଙ୍କୁ ସଜାଗ ରଖାଯାଇଛି । ୧୮ ଟି ସ୍ଥାନରେ ନଦୀ ବନ୍ଧ ଦୁର୍ବଳ ଥିଲା ତାକୁ ମରାମତି କରାଯାଇଛି ମାତ୍ର ତାହା ଉପରେ ତୀକ୍ଷଣ ନଜର ରଖାଯାଇଛି । ଅଗଷ୍ଟ ୨୧ ସୁଦ୍ଧା ୬୨୨ ଫୁଟ ପର୍ଯ୍ୟନ୍ତ ହୀରାକୁଦରେ ଜଳ ଆମେ ରଖି ପାରିବୁ ।