ଅଟଳ ଇନକ୍ୟୁଭେସନ ସେଣ୍ଟର-ନାଳନ୍ଦା ଇନଷ୍ଟିଚ୍ୟୁଟରେ ଇନୋଭେଟ୍ ଓଡିଶା କର୍ମଶାଳା ଅନୁଷ୍ଠିତ । ଅତିଥି କହିଲେ, ଶିଳ୍ପ୪.୦ କ୍ଷେତ୍ରରେ ବୈଷୟିକ ପ୍ରବଧିର ଏକାଧିପତ୍ୟ ଆଉ ନାହିଁ

74

କନକ ବ୍ୟୁରୋ : ଅଟଳ ଇନକ୍ୟୁଭେସନ ସେଣ୍ଟର-ନାଳନ୍ଦା ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀ ଓ କାରଖାନା ମେକରସ ପ୍ରେସଙ୍କ ମିଳିତ ସହଯୋଗରେ ଇନୋଭେଟ ଓଡିଶା ଶୀର୍ଷକ ଏକ ୨୪ ଘଣ୍ଟିଆ ହାକାଥନ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍ୟମକୁ ଅଟଳ ଇନୋଭେସନ ମିଶନ, ଷ୍ଟାର୍ଟଅପ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଓଡିଶା ଏବଂ ଦେଶର ଆହୁରି ଅନେକ ପ୍ରତିଷ୍ଠିତ ଶିଳ୍ପ ଉଦ୍ୟୋଗୀ ଓ କର୍ପୋରେଟ ସଂସ୍ଥା ସହଯୋଗ କରିଥିଲେ । ଏହି ହାକାଥନରେ ୨୦ଟି ଇଂଜିନିୟରିଂ କଲେଜ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ୩୦୦ ଶିଳ୍ପଦ୍ୟୋଗୀ ଓ ବିଶେଷଜ୍ଞ ଅଂଶଗ୍ରହଣ କରିଥିଲେ । ସେମାନେ ବର୍ତ୍ତମାନ ବିଶ୍ୱ ସମ୍ମୁଖୀନ ହେଉଥିବା ସମସ୍ୟାର କିପରି ମିଳିତ ଭାବେ ପରସ୍ପର ସହଯୋଗ ପୂର୍ବକ ସମାଧାନ କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । ନୂତନ ବୈଷୟିକ ତଥା ପ୍ରୟୋଗାତ୍ମକ ଜ୍ଞାନକୌଶଳ ବ୍ୟବସ୍ଥା ଅନୁଯାୟୀ କିଭଳି ନିଜ ନିଜର ବୈଷୟିକ ଜ୍ଞାନ କୌଶଳ ପ୍ରଦର୍ଶନ କରାଯାଇପାରିବ ସେଥି ନିମନ୍ତେ ଏହି କର୍ମଶାଳାରେ ଯଥେଷ୍ଠ ଉପାଦେୟତା ରହିଛି ।
ଏହି ଅବସରରେ ବେଦାନ୍ତର ସଭାପତି ତଥା ନାଲକୋର ପୂର୍ବତନ ସିଏମଡି ଡଃ ତପନ କୁମାର ଚାନ୍ଦ ତାଙ୍କର ଉଲ୍ଲେଖନୀୟ ଅଭିଭାଷଣରେ କହିଥଲେ ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ, ଆପ୍ଲାଏଡ ରୋବୋଟିକ୍ସ, ମେଟାଭରସ୍,ୱେବ୍୩ଡି, ଫ୍ୟୁଚର ମୋବିଲିଟି ପରି ନୂତନ ପିଢିର ଟେକ୍ନୋଲୋଜୀ ଚତୁର୍ଥ ଶିଳ୍ପ ଆନ୍ଦୋଳନରେ ଅନ୍ତର୍ଭୁକ୍ତ ହୋଇଛି । ଏହା ପୂର୍ବ ଆନ୍ଦୋଳନ ତୁଳନାରେ ଭିନ୍ନ ହେବ । କାରଣ ଏହା ବୈଷୟିକ ସ୍ତରରେ ଥିବା ଏକାଧିପତ୍ୟକୁ ଅନ୍ତ ଘଟାଇବ । ଏହି ପରିପେକ୍ଷୀରେ ସେ କିପିରି ୱେବ୩.୦ ର ଉଦାହରଣ ଦେଇଥିଲେ । ପୁନଶ୍ଚ ସେ କହିଥିଲେ କି ମୁକ୍ତ ଏଆଇ ଆଣ୍ଡ ଚାଟ୍ ଜିପିଟି ପ୍ରଶ୍ନଗୁଡିକର ପର୍ବାପେକ୍ଷା ଅଧିକ ସଠିକ ଉତର ଦେଇଥିôା ଫଳରେ ଗୁଗୁଲର ପ୍ରାଧାନ୍ୟ କମିଯାଇପାରେ ବୋଲି ସେ କହିଛନ୍ତି । ମାନବ ସମ୍ବଳର ଉପଯୋଗ କ୍ଷେତ୍ରରେ ଶିିଳ୍ପ ୪.୦ର ପ୍ରଭାବ ବିଷୟରେ ବାଖ୍ୟା କରି ସେ ସୂଚନା ଦେଇଥିଲେ କି, ଏବେ ବୃହତ ଶିଳ୍ପ ସଂସ୍ଥାଗୁଡିକ କେବଳ ଅଧିକ ନିଯୁକ୍ତି ପ୍ରଦାନକାରୀ କେନ୍ଦ୍ର ହୋଇପାରିବେ ନାହିଁ । ତା ପରିବର୍ତ୍ତେ ଏମଏସଏମଇ ଗୁଡିକ ତାର ସ୍ଥାନ ପୁରଣ କରିବେ । ଏହି ପରିପେକ୍ଷୀରେ ସେ ବେଦାନ୍ତ କିଭଳି ନୂତନ ର୍ୟାପ୍ (ରୋବୋଟିକ୍ ଅଟୋମେସନ୍ ପ୍ରସେସ) ବ୍ୟବସ୍ଥା ପ୍ରୟୋଗ କରି ବ୍ୟବସାୟୀକ କାର୍ଯ୍ୟରେ ଉତମ ସ୍ୱୟଂକ୍ରିୟତା ଆଣିପାରିଛି ଏବଂ ବ୍ୟବସାୟୀକ ଇଣ୍ଡେକ୍ସରେ ବୃଦ୍ଧି ଘଟାଇଛି ତାହାର ଉଦାହରଣ ଦେଇଥିଲେ । ଅନ୍ୟପଟେ କାର୍ବନ ନିଗମନ ହ୍ରାସ କରିବା ନିମନ୍ତେ ବେଦାନ୍ତ ତାର ଖଣିଗୁଡିକରେ ଅଧିକରୁ ଅଧିକ ବିଦ୍ୟୁତ ଚାଳିତ ଯାନର ପ୍ରଚଳନ ଆରମ୍ଭ କରିଥିବା କଥା ସେ କହିଛନ୍ତି । ଶିଳ୍ପ ସଂସ୍ଥାଗୁଡିକରେ ଷ୍ଟାଟଅପ୍,ପ୍ରକଳ୍ପ ପାଇଁ ଭରପୁର ସମ୍ଭାବନା ରିହଛି ଏବଂ ସମସ୍ତ ଶୀର୍ଷ ଶିଳ୍ପ ସଂସ୍ଥାମାନେ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ ରଖିଛନ୍ତି । ଏହି କର୍ମଶାଳାର ଆୟୋଜକମାନଙ୍କୁ ପରାମର୍ଶ ଦେଇ ସେ କହିଥିଲେ କି ସେମାନେ ପ୍ରୋଜେକ୍ଟଗୁଡିକ ଏକତ୍ରୀକରଣ କରନ୍ତୁ ଏବଂ ସିଆଇଆଇ, ଫିକି, ଆସୋଚାମ୍ ୟୁସିସିଆଇ, ଏଆଇ ପ୍ରଭୁତି ଶିଳ୍ପ ସଂଗଠନ ଜରିଆରେ ଶିଳ୍ପଦ୍ୟୋଗୀମାନେ ଯୋଗାଯୋଗ କରନ୍ତୁ । ଫଳରେ ଶିଳ୍ପସଂସ୍ଥାଗୁଡିକ ଏହି ପ୍ରୋଜେକ୍ଟଗୁଡିକର ଇନପୁଟ୍ ପାଇପାରିବେ । ଏହାସହ ସେଗୁଡିକ ଅର୍ଥପୂର୍ଣ୍ଣ ଭାବେ ବ୍ୟବହାର କରିପାରିବେ । ଏହି କର୍ମଶାଳାକୁ ସିଇଓ ଦିବ୍ୟଜିତ୍ ମହାନ୍ତି ସଂଯୋଜନା କରିଥିଲେ ଓ ଅନ୍ୟମାନଙ୍କ ମଧ୍ୟରେ ଏଆଇସି ନାଳନ୍ଦାର ସିଇଓ ଶ୍ରୀ ଦୁର୍ଗାପ୍ରସାଦ ଯୋଗ ଦେଇଥିଲେ ।