ରାସ୍ତା ଉପରେ ଦଣ୍ଡବୈଠକ । ଜିମ୍ ଖୋଲିବା ଦାବିରେ ଜିମ୍ ମାଲିକ ସଂଘର ଅଭିନବ ପ୍ରତିବାଦ । 

111

କନକ ବ୍ୟୁରୋ: ରାସ୍ତା ଉପରେ ଦଣ୍ଡ ମାରି, ସେମାନେ ନିଜ ସୁନ୍ଦର ସ୍ୱାସ୍ଥ୍ୟର ପ୍ରଦର୍ଶନ କରୁନାହାଁନ୍ତି, ବରଂ ଏହି ଦଣ୍ଡ ମାରିବା ପଛରେ ରହିଛି ପ୍ରତିବାଦ । ଜିମ ଖୋଲିବାର ଦାବି । ଜୁଲାଇ ପହିଲାରୁ ରାଜ୍ୟରେ କରୋନା କଟକଣା କୋହଳ ହୋଇଛି, ହେଲେ ଜିମ୍ ଖୋଲିବାକୁ ଅନୁମତି ମିଳିନି । ଆଉ ଏହାର ପ୍ରତିବାଦରେ ଭୁବନେଶ୍ୱରରେ ଆନ୍ଦୋଳନ କରିଛି ଜିମ୍ ମାଲିକ ସଂଘ । ଜିମ ଖୋଲିବା ସହ ସେମାନେ ଦାବି କରିଛନ୍ତି-

ବିଜୁଳି ବିଲ୍ ଛାଡ କରାଯାଉ । ଘର ଭଡା ଛାଡ କରାଯାଉ । ଋଣ କିସ୍ତି ପରିଶୋଧ ପାଇଁ କୋହଳ ବ୍ୟବସ୍ଥା କରାଯାଉ । କରୋନା ଟିକା ନେଇଥିବା ଲୋକେ ଜିମ୍ ଆସିବା ପାଇଁ ଅନୁମତି ମିଳୁ ବୋଲି ସେମାନେ ଦାବି କରିଛନ୍ତି ।

ସେପଟେ ଜୁଲାଇ ପାଇଁ ଜାରି ହୋଇଥିବା ଗାଇଡଲାଇନରେ ସେଲୁନ୍ ଖୋଲିବାକୁ ଅନୁମତି ମିଳିଛି । କିନ୍ତୁ ବିଉଟି ପାର୍ଲର ଉପରେ କଟକଣା ବଳବତର ରହିଛି । ଏଥିପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଅଲ ଓଡ଼ିିଶା ବିୟୁଟି ଆସୋସିଏସନ୍ସ । ଦୀର୍ଘ ଦିନହେଲା ପାର୍ଲର ବନ୍ଦଥିବାରୁ ମାଲିକ ଓ ଏହା ଉପରେ ନିର୍ଭର କରୁଥିବା କର୍ମଚାରୀ କାମ ଧନ୍ଦା ହରାଇ ଘୋର ଆର୍ଥିକ ସଂକଟ ଦେଇ ଗତିକରୁଛନ୍ତି । ତେଣୁ କୋଭିଡ଼ ନୀୟମ ଭିତରେ ପାର୍ଲର ଖୋଲିବାକୁ ସରକାରଙ୍କୁ ଦାବି ଜଣାଇଛନ୍ତି ।

ଜୁଲାଇ ପାଇଁ ଜାରି ଗାଇଡଲାଇନରେ ଜିମ୍, ପାର୍ଲର ଖୋଲିବାକୁ ଅନୁମତି ମିଳିନାହିଁ । ଦୀର୍ଘ ଦିନ ହେଲା ଜୀବିକା ହରାଇ ଗମ୍ଭୀର ଆର୍ଥିକ ସ୍ଥିତି ସହ ଯୁଝୁଥିବା କର୍ମଚାରୀ ଓ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।