କନକ ବ୍ୟୁରୋ: ଖୋଲିଲା ରାୟଗଡ଼ାର ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି । ୩ ମାସ ପରେ ହୁଣ୍ଡି ଖୋଲିଥିବା ବେଳେ ଏଥିରୁ ବାହାରିଛି ପୁଳା ପୁଳା ଟଙ୍କା । ଯେତେ ଗଣିଲେ ସରୁନି । ଟଙ୍କା ଗଣୁଛନ୍ତି ୨୦୦ ମହିଳା । ଦେବୋତ୍ତର ବିଭାଗ ଓ ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ଚାଲିଛି ଗଣତି ।

Advertisment

ପୋଲିସର କଡା ସୁରକ୍ଷା ବଳୟ ଭିତରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ଆଜି ସକାଳ ୯ରୁ ଖୋଲାଯାଇ ଗଣତି ଚାଲିଛି । ହୁଣ୍ଡିରୁ ଦାନ ଅର୍ଥ ଗଣତି କର୍ୟ୍ୟରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା , ସେଚ୍ଛାସେବୀ ଓ କିଛି ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯାଇଛି । ଗଣତିରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ସାମିଲ ହୋଇଛନ୍ତି । ଚଳିତ ଥର ୭୦ ରୁ ୮୦ ଲକ୍ଷ ଟଙ୍କା ମିଳିବ ବୋଲି ଆଶା ରଖିଛି ମନ୍ଦିର କମିଟି । ଗତ ୩ ମାସ ତଳେ ଅର୍ଥାତ ମାର୍ଚ୍ଚ ୧୮ ତାରିଖ ଦିନ ମନ୍ଦିର ପରିସରରେ ଥିବା ସମୁଦାୟ ୯ଟି ଦାନବାକ୍ସରୁ ନଗଦ ଆକାରରେ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା, ୬୨ ଗ୍ରାମ ସୁନା, ୨ କେଜି ୩୦୦ ଗ୍ରାମ ରୁପା ଓ ବିଦେଶୀ ମୁଦ୍ରା ୬୬ଟା, ଅଚଳ ୨ହଜାର ଟଙ୍କା, ୫୦୦ ଟଙ୍କା ମିଳିଥିଲା । ଏହି ଅର୍ଥକୁ ୟୁନିୟନ ବ୍ୟାଙ୍କ ମୁଖ୍ୟ ଶାଖାରେ ଜମା କରାଯିବ । ଏହି ଅର୍ଥରୁ ମିଳୁଥିବା ସୁଧରେ ମନ୍ଦିରର ପାରିପାଶ୍ୱିର୍କ ଉନ୍ନତି ସହ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ଖର୍ଚ୍ଚ କରାଯିବ ।