ପୁରୀରେ ଆହତ, ଭୁବନେଶ୍ୱରରେ ସୁସ୍ଥ । ଯନ୍ତ୍ରଣାରେ ଛଟପଟ ହେଉଥିଲା ନାଗ, ନୂଆ ଜୀବନ ଦେଲେ ଡାକ୍ତର ।

ବିଷଧର ନାଗ ସାପକୁ ନୂଆ ଜୀବନ ଦେଇଛନ୍ତି ପଶୁ ଡ଼ାକ୍ତର । ସୂଚନା ମୁତାବକ, ପୁରୀ ଡେଲାଙ୍ଗ ଠାରେ ଏକ ବିଷଧର ନାଗ ସାପ ପେଟ ମଝିରେ ଏକ ଧାରୁଆ ଲୁହା ପଶିଯାଇଥିଲା  ।

386

କନକ ବ୍ୟୁରୋ: ନାଗ ପାଇଲା ନୂଆ ଜୀବନ । ପୁରୀରେ ଆହତ, ଭୁବନେଶ୍ୱରରେ ସୁସ୍ଥ । ବିଷଧର ନାଗ ସାପକୁ ନୂଆ ଜୀବନ ଦେଇଛନ୍ତି ପଶୁ ଡ଼ାକ୍ତର । ସୂଚନା ମୁତାବକ, ପୁରୀ ଡେଲାଙ୍ଗ ଠାରେ ଏକ ବିଷଧର ନାଗ ସାପ ପେଟ ମଝିରେ ଏକ ଧାରୁଆ ଲୁହା ପଶିଯାଇଥିଲା  । ଆଉ ଯନ୍ତ୍ରଣା ପାଉଥିବା ଏହି ଆହତ ନାଗ ସାପକୁ ଉଦ୍ଧାର କରି ସ୍ନେକ ହ୍ଲେପଲାଇନ୍ ଅଧିକାରୀମାନେ ଭୁବନେଶ୍ୱର ସ୍ଥିତ ପଶୁ ଚିକିତ୍ସା ବିଜ୍ଞାନ କଲେଜକୁ ନେଇଆସିଥଲେ । ପରେ ସାପକୁ ଯତ୍ନ ସହକାରେ ଏହାର ଚିକତ୍ସା ମଧ୍ୟ କରିଥିଲେ ପଶୁ ଡ଼ାକ୍ତର ।

ଭେଟେନାରୀ ଡାକ୍ତର ନାଥଙ୍କ କହିବା ମୁତାବକ, ନାଗ ସାପଟିକୁ ଗଭୀର ଆଘାତ ଲାଗିଥିଲା । ଫଳରେ ସାପଟିର ଫୁସଫୁସ୍ ଏବଂ ଖାଦ୍ୟନଳୀକୁ ପ୍ରଭାବିତ ହୋଇଥିଲା । ଯାହାଦ୍ୱାରା ସାପଟିକୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲା । ତେଣୁ ସାପଟିର ରାଡିଓଗ୍ରାଫୀ କରି ଅପରେସନ୍ କରାଯାଇଥିଛି । ଏହି ଅପରେସନ୍ କରିବା ଅତ୍ୟନ୍ତ କାଠିକର ପାଠ ଥିଲା । କିନ୍ତୁ ସାପଟିକୁ ବର୍ତ୍ତମାନ ୨୪ ଘଣ୍ଟା ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣରେ ରଖାଯାଇଛି । ଆଉ ଚିକିତ୍ସା କରାଯାଉଛି । ଖୁବ୍ ଶୀଘ୍ର ସାପଟି ସୁସ୍ଥ ହୋଇଯିବ  ।

ସବୁଠାରୁ ବଡ଼ କଥା ହେଲା କି, ବିଷଧର ହୋଇଥିଲେ ସୁଦ୍ଧା ଏହି ନାଗ ସାପକୁ ନୂଆ ଜୀବନ ଦେବାପାଇଁ ପ୍ରୟାସ କରିଥିବା ଡାକ୍ତର ମାନଙ୍କୁ ସୋସିଆଲ ମିଡ଼ିଆରେ ବାଃ ବାଃ ମିଳୁଛି । ମାନବତା ଭଳି ପଶୁଙ୍କ କ୍ଷେତ୍ରରେ ଜୀବନ୍ତ ଭଗବାନ ହୋଇ ସେମାନଙ୍କୁ ନୂଆ ଜୀବନ ଦେଉଥିବା ପଶୁ ଡାକ୍ତରଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।