ଇଂଜେକ୍ସନ ଅଭାବରୁ ବିଶାଖାପାଟଣାରେ ଘରୋଇ ହସ୍ପିଟାଲରେ ଜୀବନ ମରଣ ସହ ଲଢେଇ କରୁଛନ୍ତି ବ୍ରହ୍ମପୁରର ପରିବାର । ଦୁଇ ଦିନ ଧରି ସିଡିଏମଓଙ୍କୁ ଅନୁରୋଧ ପରେ ବି ମିଳୁନି ଟୋସିଲିଜୁମାବ ଇଂଜେକ୍ସନ ।

566

କନକ ବ୍ୟୁରୋ: ଅକ୍ସିଜେନ ପରେ ଏବେ ଔଷଧ ଅଭାବ । ଇଂଜେକସନ ପାଇଁ ଅଟକିଛି ଜୀବନ । ଇଂଜେକସନ ଅଭାବରୁ ବିଶାଖାପାଟଣା ଘରୋଇ ହସ୍ପିଟାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ବ୍ରହ୍ମପୁରର ଗୋଟିଏ ପରିବାରର ୪ ଜଣ ସଦସ୍ୟ । ବ୍ରହ୍ମପୁର ଗାନ୍ଧିନଗର ନିବାସୀ ଉତ୍ତମ ନାୟକ, ତାଙ୍କର ୬୦ ବର୍ଷୀୟ ବାପା ଭଗବାନ ନାୟକ, ମା ସାବିତ୍ରୀ ନାୟକ ଓ ଭଉଣୀ ପ୍ରତିଭା କୋଭିଡ ଆକ୍ରାନ୍ତ ହୋଇ ବିଶାଖାପଟଣା ଇଣ୍ଡସ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ତେବେ ଉତ୍ତମ ନାୟକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କ ଜୀବନ ବଂଚେଇବା ପାଇଁ ଟୋସିଲିଜୁମାବ ଇଂଜେକସନ ଆବଶ୍ୟକତା ରହିଛି । ଆଉ ଏହି ଇଂଜେକସନର ଅଭାବ ଯୋଗୁ ଏହାର ବ୍ୟବହାର ବା ବିକ୍ରିକୁ ନିଜ ନିୟନ୍ତ୍ରଣରେ ରଖିଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଏହି ଇଂଜେକସନ ଲାଗି ହସ୍ପିଟାଲ କର୍ତୃପକ୍ଷ ବିଶାଖପାପାଟଣା ସିଡିଏମଓଙ୍କୁ ଲିଖିତ ଭାବେ ଜଣାଇ ଥିଲେ ହେଁ ଗତ ଦୁଇ ଦିନ ଧରି କୌଣସି ସୁଫଳ ମିଳିନାହିଁ ।

ସେପଟେ ଉତ୍ତମଙ୍କ ସମ୍ପର୍କୀୟ ହାତରେ ପ୍ରେସ୍କ୍ରିପଶନ୍ ଧରି ବିଶାଖାପାଟଣାର ଗଳି କନ୍ଦି ବୁଲି ଥିଲେ ହେଁ ଇଂଜେକସନ ମିଳୁନାହିଁ । ଏପରି ସ୍ଥିତିରେ ପରିବାରର ଜୀବନ ବଂଚାଇବା ପାଇଁ ଉଭୟ ଆନ୍ଦ୍ର ଓ ଓଡିଶା ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ସେହିପରି ରେମିଡିସିଭିର ପରି ଇଂଜେକସନର କଳା ବଜାରୀ ସହ ଏହାର ଗୋଟିଏ ଭାଇଲ ୨୫ ରୁ ୩୦ ହଜାର ଟଙ୍କାରେ ବିଶାଖାପଟଣାରେ ବିକ୍ରି ହେଉଥିବା ଚର୍ଚ୍ଚା ହେଉଛି ।