ପକ୍ଷାଘାତ ପାଇଁ ସ୍ତ୍ରୀକୁ ପରକଲା ସ୍ୱାମୀ : ଏକାକୀ ସଂଗ୍ରାମ କରୁଛନ୍ତି ମୋନାଲିସା; ଛାଡପତ୍ର ପାଇଁ ବେଙ୍ଗାଲୁରୁ କୋର୍ଟରୁ ଆସିଛି ନୋଟିସ୍

ପକ୍ଷାଘାତ ପାଇଁ ସ୍ତ୍ରୀକୁ ପରକଲା ସ୍ୱାମୀ : ଏକାକୀ ସଂଗ୍ରାମ କରୁଛନ୍ତି ମୋନାଲିସା; ଛାଡପତ୍ର ପାଇଁ ବେଙ୍ଗାଲୁରୁ କୋର୍ଟରୁ ଆସିଛି ନୋଟିସ୍

କନକ ବ୍ୟୁରୋ : କଥାରେ ଅଛି ବିବାହ ପରେ ସାତ ଜନ୍ମର ସାଥି ହୋଇଥାଏ ସ୍ୱାମୀ । ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଭିଷ୍ମଗିରିରୁ ଆସିଛି ଅଭାବନୀୟ ଘଟଣା । ସ୍ତ୍ରୀକୁ ପକ୍ଷାଘାତ ହେବାରୁ ଝିଅକୁ ରଖି ପତ୍ନୀକୁ ଘରୁ ତଡ଼ିଦେଇଛି ସ୍ୱାମୀ । ଦେଢ଼ ବର୍ଷ ହେଲାଣି ଏକାକୀ ସଂଗ୍ରାମ କରୁଛନ୍ତି ମୋନାଲିସା ।

ଖାଲି ଏତିକି ନୁହେଁ ଦ୍ୱିତୀୟ ବିବାହ କରିବା ପାଇଁ ସ୍ୱାମୀ ଶକ୍ତି ଶଙ୍କର କରିଛନ୍ତି ମନସ୍ଥ । ଏବେ ଛାଡ଼ପତ୍ର ପାଇଁ ବେଙ୍ଗାଲୁରୁ କୋର୍ଟରୁ ମୋନାଲିସାଙ୍କ ପାଖକୁ ଆସିଛି ନୋଟିସ୍ । ଏଭଳି ଖବର ଜାଣିବା ପରେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ମୋନାଲିସା । ଦେଢ଼ ବର୍ଷ ହେଲା ନିଜ ବାପା, ମାଆଙ୍କ ପାଖରେ ରହୁଥିବା ବେଳେ ଏବେ ସ୍ୱାମୀ ଓ ଝିଅ ପାଖକୁ ଫେରିବାକୁ ଆକୁଳ ନିବେଦନ କରୁଛନ୍ତି ମୋନାଲିସା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe