କନକ ବ୍ୟୁରୋ : କଥାରେ ଅଛି ବିବାହ ପରେ ସାତ ଜନ୍ମର ସାଥି ହୋଇଥାଏ ସ୍ୱାମୀ । ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଭିଷ୍ମଗିରିରୁ ଆସିଛି ଅଭାବନୀୟ ଘଟଣା । ସ୍ତ୍ରୀକୁ ପକ୍ଷାଘାତ ହେବାରୁ ଝିଅକୁ ରଖି ପତ୍ନୀକୁ ଘରୁ ତଡ଼ିଦେଇଛି ସ୍ୱାମୀ । ଦେଢ଼ ବର୍ଷ ହେଲାଣି ଏକାକୀ ସଂଗ୍ରାମ କରୁଛନ୍ତି ମୋନାଲିସା ।
ଖାଲି ଏତିକି ନୁହେଁ ଦ୍ୱିତୀୟ ବିବାହ କରିବା ପାଇଁ ସ୍ୱାମୀ ଶକ୍ତି ଶଙ୍କର କରିଛନ୍ତି ମନସ୍ଥ । ଏବେ ଛାଡ଼ପତ୍ର ପାଇଁ ବେଙ୍ଗାଲୁରୁ କୋର୍ଟରୁ ମୋନାଲିସାଙ୍କ ପାଖକୁ ଆସିଛି ନୋଟିସ୍ । ଏଭଳି ଖବର ଜାଣିବା ପରେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ମୋନାଲିସା । ଦେଢ଼ ବର୍ଷ ହେଲା ନିଜ ବାପା, ମାଆଙ୍କ ପାଖରେ ରହୁଥିବା ବେଳେ ଏବେ ସ୍ୱାମୀ ଓ ଝିଅ ପାଖକୁ ଫେରିବାକୁ ଆକୁଳ ନିବେଦନ କରୁଛନ୍ତି ମୋନାଲିସା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/45-7.jpg)