କନକ ବ୍ୟୁରୋ : ଇନଫୋସିସର ସହ ସଂସ୍ଥାପକ ନନ୍ଦନ ନିଲେକନୀ ସଂସ୍ଥା ସହିତ ଜଡିତ ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ (ଆଇଆଇଟି) ବମ୍ବେକୁ ୩୧୫ କୋଟି ଟଙ୍କା ଦାନ କରିଦେଇଛନ୍ତି । ନିଲେକନୀ ୧୯୭୩ ମସିହାରେ ଆଇଆଇଟି ବମ୍ବେରେ ଇଲେକ୍ଟ୍ରିକାଲ ଇଂଜିନିୟରିଂ ପାଠ ପଢା ଆରମ୍ଭ କରିଥିଲେ । ଏବେ ସେ ଏତେ ଟଙ୍କା ଦାନ କରିବାର ଉର୍ଦ୍ଦେଶ୍ୟ ହେଉଛି ଏହି ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିଶ୍ୱସ୍ତରୀୟ ହେବ ବୋଲି ସେ ଆଶା କରିଛନ୍ତି ।

Advertisment

ଦେଶରେ କୌଣସି ବି ଶିକ୍ଷାନୁଷ୍ଠାନକୁ ପୂର୍ବତନ ଛାତ୍ରମାନେ କରୁଥିବା ଦାନ ତୁଳନାରେ ଏହି ଦାନର ପରିମାଣ ସବୁଠାରୁ ଅଧିକ । ଇନଫୋସିସର ସହ ସଂସ୍ଥାପକ ନିଲେକନୀ କହିଛନ୍ତି କି, ଆଇଆଇଟି ବମ୍ବେ ମୋ ଜୀବନର ଆଧାରଶୀଳା । ଏଠାରୁ ମୁଁ ମୋର ପ୍ରାରମ୍ଭିକ ପ୍ରଯ୍ୟୁକ୍ତି ଶିକ୍ଷା ଆରମ୍ଭ କରିଥିଲି ଓ ଏହି ଠାରୁ ମୋ ଜୀବନ ଯାତ୍ରା ଆରମ୍ଭ ହୋଇଥିବା କଥା ସେ କହିଛନ୍ତି । ଏହି ପ୍ରତିଷ୍ଠିତ ସଂସ୍ଥା ସହିତ ଜଡିତ ହେବାର ୫୦ ବର୍ଷ ପୂରଣ ଅବସରରେ ସଂସ୍ଥାକୁ ଆଗକୁ ବଢାଇବା ଉର୍ଦ୍ଦେଶ୍ୟରେ ସେ ଏତେ ପରିମାଣର ଅର୍ଥ ଦାନ କରିଥିବା କଥା କହିଛନ୍ତି ।

ଆଇଆଇଟି ବମ୍ବେର ନିର୍ଦ୍ଦେଶକ ପ୍ରଫେସର ସୁଭାଶିସ ଚୌଧୁରୀ କହିଛନ୍ତି କି, ‘ଆମେ ଆମର ଜଣେ ପୂର୍ବତନ ଛାତ୍ରଙ୍କ ଦ୍ୱାରା ସଂସ୍ଥାର ବିକାଶ ପାଇଁ ଏତେ ପରିମାଣର ଅର୍ଥଦାନ କରୁଥିବା ଦେଖି ବେଶ୍ ଖୁସି ଲାଗୁଛି । ଏହି ଐଚ୍ଛିହାସିକ ଦାନ ଅର୍ଥରେ ଆଇଆଇଟି ବମ୍ବେର ଭତ୍ତିଭୂମି ଅଧିକ ବିକଶିତ ହୋଇପାରିବ’