ବଢୁଛି ମୁଦ୍ରାସ୍ଫୀତି, ବଢୁଛି ଦରଦାମ। ଅଗଷ୍ଟ ତୁଳନାରେ ବଢ଼ିଲା ଖାଉଟି ମୂଲ୍ୟ ସୂଚକାଙ୍କ।

92

କନକ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ୍ର ପଦକ୍ଷେପ ପରେ ବି ନିୟନ୍ତ୍ରଣକୁ ଆସୁନାହିଁ ମୁଦ୍ରାସ୍ଫୀତି । ଏହାରି ଭିତରେ ୪ ଥର ସୁଧହାର ବୃଦ୍ଧି କରିଛନ୍ତି ରିଜର୍ଭ ବ୍ୟାଙ୍କ । ଅଗଷ୍ଟ ମାସ ତୁଳନାରେ ସେପ୍ଟେମ୍ବରରେ ବୃଦ୍ଧି ପାଇଛି ଖାଉଟି ମୂଲ୍ୟ ସୂଚନାଙ୍କ । ସେପ୍ଟେମ୍ବରରେ ଖାଉଟି ମୂଲ୍ୟ ସୂଚକାଙ୍କ ୭.୪୧ ପ୍ରତିଶତକୁ ବୃଦ୍ଧି ପାଇଛି । ଖାଦ୍ୟ ମୁଦ୍ରାସ୍ଫୀତି ୮.୬ ପ୍ରତିଶତକୁ ବୃଦ୍ଧି ହୋଇଛି । ଯାହାର ସିଧାସଳଖ ପ୍ରଭାବ ପଡ଼ିଛି ସାଧାରଣ ଲୋକଙ୍କ ଉପରେ ।

ଆସନ୍ତୁ ନଜର ପକାଇବା କେଉଁଭଳି ଅଗଷ୍ଟ ତୁଳନାରେ କେଉଁ ସାମଗ୍ରୀର ମୂଲ୍ୟ ବଢ଼ିଛି । ସେପ୍ଟେମ୍ବରରେ ଖାଦ୍ୟଶସ୍ୟ ୧୧.୫୩ ପ୍ରତିଶତ ରହିଛି, ଯାହା ଅଗଷ୍ଟ ତୁଳନାରେ ୦.୯ ପ୍ରତିଶତ ବଢ଼ିଛି । ମାଛ, ମାଂସ ମୂଲ୍ୟ ମଧ୍ୟ ମାସକ ମଧ୍ୟରେ ୧.୩ ପ୍ରତିଶତ ବୃଦ୍ଧି ପାଇଛି । ତେବେ ଖାଇବା ତେଲ ୧.୯ ପ୍ରତିଶତ ହ୍ରାସ ପାଇଥିବା ବେଳେ ପରିବା ଦର ଗୋଟିଏ ମାସରେ ୨.୬ ପ୍ରତିଶତ ବଢ଼ି ୧୮.୦୫ ପ୍ରତିଶତ ହୋଇଛି । ମାସକ ମଧ୍ୟରେ ଡାଲି ୧.୧ ପ୍ରତିଶତ, ପୋଷାକ ଓ ଜୋତା ୦.୮ ପ୍ରତିଶତ, ଘର ତିଆରି କରିବା ୦.୩ ପ୍ରତିଶତ ବୃଦ୍ଧି ପାଇଛି । ଇନ୍ଧନ ମୂଲ୍ୟ ମଧ୍ୟ ଏହି ସମୟ ମଧ୍ୟରେ ୦.୪ ପ୍ରତିଶତ ବୃଦ୍ଧି ହୋଇଛି ।

ସାମଗ୍ରୀ ସେପ୍ଟେମ୍ବର ୨୦୨୨ ଅଗଷ୍ଟ ତୁଳନାରେ ବୃଦ୍ଧି

ଖାଦ୍ୟଶସ୍ୟ ୧୧.୫୩%          ୦.୯%

ମାଛ, ମାଂସ ୨.୫୫% ୧.୩%

ଖାଇବା ତେଲ       ୦.୩୭%         -୧.୯%

ପରିବା ୧୮.୦୫%          ୨.୬%

ଡାଲି ୩.୦୫% ୧.୧%

ପୋଷାକ, ଜୋତା ୧୦.୧୭% ୦.୮%

ଗୃହ ନିର୍ମାଣ ୪.୫୭% ୦.୩%

ଇନ୍ଧନ, ଶକ୍ତି୧୦.୩୯%୦.୪%

ଖାଉଟି ସମାଗ୍ରୀ ମୂଲ୍ୟବୃଦ୍ଧି ଯୋଗୁଁ ମଧ୍ୟବିତ ପରିବାର ଅଧିକ ପ୍ରଭାବିତ ହେବେ ବୋଲି କହିଛନ୍ତି ଅର୍ଥନୀତି ବିଶେଷଜ୍ଞ ।