ପୁଣି ଡରାଇଲା କରୋନା: ରାଜଧାନୀ ଦିଲ୍ଲୀରେ ଧିରେ ଧିରେ ବଢ଼ୁଛି ସଂକ୍ରମଣ, ସର୍ଭେ କହିଲା ୧୫ ଦିନରେ ବଢ଼ିଲାଣି ୫ଗୁଣ

159

କନକ ବ୍ୟୁରୋ: ୧୦ ଦିନ ତଳେ ୧ ପ୍ରତିଶତ ତଳେ ଟେଷ୍ଟ-ପଜିଟିଭିଟି ରେଟ୍ ବା ସଂକ୍ରମଣ ହାର ଥିବା ବେଳେ ଏହା ଏବେ ବଢ ବଢ଼ି ଚାଲିଛି । ଏପ୍ରିଲ ୧୪ ତାରିଖରେ ସଂକ୍ରମଣ ହାର ୨.୩୯ ପ୍ରତିଶତ ଥିଲା । ୧୫ ତାରିଖରେ ସଂକ୍ରମଣ ହାର ୩.୯୫ ଥିବା ବେଳେ ୧୬ ତାରିଖରେ ସଂକ୍ରମଣ ହାର ୫.୩୩ ପ୍ରତିଶତ ହୋଇଛି । ଅର୍ଥାତ ୧୦୦ ଜଣ କରୋନା ପରୀକ୍ଷା କରୁଥିବା ବେଳେ ୫ ଜଣରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି । ସେହିପରି ଦିଲ୍ଲୀରେ ୨୪ ଘଂଟାରେ ୪୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ଦିଲ୍ଲୀ କରୋନା ମିଟର
ତାରିଖ ସଂକ୍ରମଣ ସଂକ୍ରମଣ ହାର
୧୪ ଏପ୍ରିଲ ୩୨୫ ୨.୩୯ ପ୍ରତିଶତ
୧୫ ଏପ୍ରିଲ ୩୬୬ ୩.୯୫ ପ୍ରତିଶତ
୧୬ ଏପ୍ରିଲ ୪୬୧ ୫.୩୩ ପ୍ରତିଶତ
ଦିଲ୍ଲୀ-ଏନସିଆର ଅଂଚଳରେ ଗତ ୧୫ ଦିନରେ ସଂକ୍ରମଣ ୫୦୦ ପ୍ରତିଶତ ବୃଦ୍ଧି!
୧୧,୭୪୩ ଲୋକଙ୍କୁ ନେଇ ସର୍ଭେ କଲା ‘ଲୋକାଲ୍ ସର୍କଲ’ ନାମକ ସଂସ୍ଥା

ଲୋକାଲସର୍କଲ ନାମକ ସଂସ୍ଥା ଦିଲ୍ଲୀ ଓ ଏନସିଆର ଅଂଚଳରେ କରୋନା ସଂକ୍ରମଣକୁ ନେଇ ସର୍ଭେ କରିଛି । ସର୍ଭେରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଚିନ୍ତା ବଢ଼ାଇଛି । ଏହି ସର୍ଭେରେ ଲୋକଙ୍କୁ ପଚରା ଯାଇଥିଲା, ଗତ ୧୫ ଦିନରେ ସେମାନଙ୍କ ପରିବାର, ପଡ଼ୋଶୀ ଓ ସଂପର୍କୀୟଙ୍କ ମଧ୍ୟରୁ କେତେଜଣ କରୋନାରେ ସଂକ୍ରମଣ ହୋଇଛନ୍ତି ।

ଦିଲ୍ଲୀରେ କରୋନା ସର୍ଭେ
୧୧ ପ୍ରତିଶତ ଲୋକ କହିଛନ୍ତି ଜଣେ କିମ୍ବା ୨ ଜଣ ସଂକ୍ରମିତ ହୋଇଛନ୍ତି
୮ ପ୍ରତିଶତ ଲୋକ କହିଛନ୍ତି, ୩ରୁ ୫ ଜଣ ସଂକ୍ରମିତ ହୋଇଛନ୍ତି
୧୧ ପ୍ରତିଶତ କିଛି କହିନାହାନ୍ତି
କେହି କରୋନା ସଂକ୍ରମିତ ହୋଇନଥିବା କହିଛନ୍ତି ୭୦ ପ୍ରତିଶତ ଲୋକ

ଦିଲ୍ଲୀରେ ସଂକ୍ରମଣ ହାର ୫ ପ୍ରତିଶତ ଟପି ଯାଇଥିବା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର । ସେହିପରି କରୋନା ଟେଷ୍ଟ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି । ବିଶେଷ ସ୍କୁଲ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ସରକାର । କେହି ପଜିଟିଭ୍ ଚିହ୍ନଟ ହେଲେ, ସଂପୃକ୍ତ କ୍ଲାସରୁମ୍କୁ ବନ୍ଦ କରି ଦିଆଯିବା ସହ ମାସ୍କ ପିନ୍ଧାଇ ପିଲାଙ୍କୁ ସ୍କୁଲ ପଠାଇବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମଣକୁ ସୀମିତ ରଖିବା ପାଇଁ ସ୍କୁଲକୁ ବାରମ୍ବାର ସାନିଟାଇଜେସନ୍ କରାଯାଉଛି ।