ମଝି ଆକାଶରେ ଉଡୁଥିଲା ବିମାନ ! ଖରାପ ହୋଇଗଲା ଇଞ୍ଜିନ୍, ଆଉ ତା’ପରେ…

427

ଥରେ ଚିନ୍ତା କରନ୍ତୁ, ଆପଣ ବିମାନରେ ଯାତ୍ରା କରୁଛନ୍ତି, ଏବଂ ଆପଣ ଜାଣିବାକୁ ପାଇଲେ ଯେ, ବିମାନର ଇଞ୍ଜିନ୍ ଫେଲ୍ ହୋଇଯାଇଛି । କିଛି ଏପରି ହିଁ ଘଟିଛି ଇଣ୍ଡିଗୋର ଏ୩୨୦ ବିମାନରେ । ତାରିଖ-ଡିସେମ୍ବର ୨୩ । ପୋର୍ଟ ବ୍ଲେୟର ଠାରୁ କୋଲକାତା ପର୍ଯ୍ୟନ୍ତ ଉଡାଣ ଭରୁଥିବା ବିମାନକୁ ଅଧା ରାସ୍ତାରୁ ଫେରି ଆସିବାକୁ ପଡିଥିଲା । ସୂଚନା ଅନୁଯାୟୀ, ଉଡାଣ ଭରିବାର କିଛି ସମୟ ପରେ ବିମାନର ଇଞ୍ଜିନ୍ ଫେଲ୍ ହୋଇଯାଇଥିଲା । ଯେଉଁଥିପାଇଁ ବିମାନଟି ଅଧାରୁ ଫେରି ଆସି ପୁଣି ପୋର୍ଟ ବ୍ଲେୟରରେ ଅବତରଣ କରିଥିଲା ।

ବିମାନ ଉଡାଣ ଭରିବା ପରେ ପାଇଲଟଙ୍କୁ ଲାଗିଥିଲା ଯେ, ବିମାନର ଦୁଇ ନମ୍ବର ଇଞ୍ଜିନର ଅଏଲ୍ ପ୍ରେସରରେ କୌଣସି ତ୍ରୁଟି ରହିଛି । ତେବେ ସୂଚନା ଅନୁଯାୟୀ, ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ବିମାନକୁ କିଛି ଦିନ ପାଇଁ ପୋର୍ଟ ବ୍ଲେୟାର ବିମାନବନ୍ଦରରେ ହିଁ ରଖାଯିବ । ଯେଉଁଠି ବିମାନର ଇଞ୍ଜିନ ମରାମତି କରାଯିବ । ସୂଚନା ଅନୁଯାୟୀ, ଏହା ପୂର୍ବରୁ ମଧ୍ୟ କେତେ ଥର ଇଣ୍ଡିଗୋର ବିମାନ ଏହି ଭଳି କିଛି ବଡ ବିପଦରୁ ବର୍ତ୍ତି ଯାଇଛି ।