ସିକିମର ସୀମାରେ ମୁହାଁମୁହିଁ ଭାରତ ଓ ଚୀନ ସେନା । ୩ଦିନ ତଳେ ଉତର ସିକିମର ନାକୁ ଲା’ ଅଂଚଳରେ ଚୀନ ସେନାର ଅନୁପ୍ରବେଶ ବେଳେ ବାଧା ଦେଲା ଭାରତ, ୨ ଦେଶର ସୈନା ହାତାହାତି, ୪ ଭାରତୀୟ ଯବାନ ଓ ୨୦ ଚୀନ ସୈନିକ ଆହତ ସୂଚନା
ସୀମାରେ ପୁଣି ଦେଖାଇଛି ଦୋମୁହାଁ ନୀତି
କନକ ବ୍ୟୁରୋ : ସୁଧୁରୁନି ସଇତାନ ଚୀନ୍ । ସୀମାରେ ପୁଣି ଦେଖାଇଛି ଦୋମୁହାଁ ନୀତି । ଏପଟେ ଆଲୋଚନା ଟେବୁଲରେ ସେନା ପ୍ରତ୍ୟାହାର କରିବା ନେଇ ପ୍ରତିଶ୍ରୁତି ଦେଉଛି । ସେପଟେ ସୀମାରେ ସୈନ୍ୟ ଅନୁପ୍ରବେଶ ପାଇଁ ଚଳାଇଛି ଷଡ଼ଯନ୍ତ୍ର । ପୁଣି ଲଦାଖ ସୀମାରେ ଉତ୍ତେଜନା । ପୁଣି ସୀମାରୁ ଆସିଲା ଭାରତ-ଚୀନ ସେନା ହାତାହାତିର ଖବର । ଉତ୍ତର ସିକିମର ନାକୁ ଲା’ରେ ଭାରତ ସୀମା ଭିତରକୁ ଚୀନ୍ ସେନା ପ୍ରବେଶ ବେଳେ ଭାରତୀୟ ଯବାନ ବାଧା ଦେବାରୁ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଛନ୍ତି । ଏହି ସଂଘର୍ଷରେ ଚୀନର ପାଖାପାଖି ୨୦ସୈନିକ ଆହାତ ହୋଇଥିବା ବେଳେ ୪ଜଣ ଭାରତୀୟ ଯବାନ ଆହାତ ହୋଇଛନ୍ତି । ଭାରତ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପରେ ପଛକୁ ହଟିଛି ଚୀନ୍ ସେନା ।
Kanak News is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ସୀମାରେ ଉତ୍ତେଜନା କମାଇବା ଏବଂ ସୀମାରୁ ସେନା ପ୍ରତ୍ୟାହାର ପାଇଁ ଦୁଇ ଦେଶ ମଧ୍ୟରେ ଅନେକ ଥର ବୈଠକ ବସିସାରିଛି କିନ୍ତୁ ଆଜି ଯାଏଁ କୌଣସି ସୁଫଳ ଦେଖିବାକୁ ମିଳିନି । ସୀମାରେ ଚୀନ୍ ସେନା ସବୁବେଳେ ଭାରତକୁ ଉସୁକାଇଲା ଭଳି କାର୍ଯ୍ୟ ଜାରି ରଖିଛି । ତେବେ ଚୀନର ଏପରି ହରକତ ବନ୍ଦ କରିବା ପାଇଁ ଗତକାଲି ଭାରତୀୟ ବାୟୁସେନା ମୁଖ୍ୟ ଚେତାବନୀ ମଧ୍ୟ ଦେଇଥିଲେ । କିନ୍ତୁ ତଥାପି ଚୀନ୍ ସୁଧୁରିବାର ନାଁ ଧରୁନି । ଯଦି ବେଳ ଥାଉ ଥାଉ ଚୀନ ନସୁଧୁରେ ତେବେ ଏହି ଉତ୍ତେଜନା ଆଗକୁ ଯେ ଯୁଦ୍ଧର ରୂପ ନନେବ ତା କହି ହେବନି । କାରଣ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛି ଭାରତ ।