ପିଲାଙ୍କ ଉପରେ କରୋନାର ପ୍ରଭାବ କମ୍ : ସଂକ୍ରମିତ ହେଉଥିଲେ ବି ଗୁରୁତର କି ହସ୍ପିଟାଲରେ ଭର୍ତ୍ତି ହେଉନଥିବା କହିଲେ ବିଶେଷଜ୍ଞ

ସ୍କୁଲ ବନ୍ଦ ରହିଥିଲେ ବି ପରିବାର ଲୋକଙ୍କ ଦ୍ୱାରା ଛୋଟପିଲା ସଂକ୍ରମିତ ହେଉଥିବା କହିଲେ ଡାକ୍ତର

123

କନକ ବ୍ୟୁରୋ : କରୋନାର ତୃତୀୟ ଲହର ସମୟରେ ସମସ୍ତ ବର୍ଗ ସଂକ୍ରମିତ ହେଉଛନ୍ତି । କିନ୍ତୁ ଛୋଟ ଛୁଆଙ୍କ କ୍ଷେତ୍ରରେ କରୋନାର ସେମିତି କୌଣସି ପ୍ରଭାବ ଦେଖିବାକୁ ମିଳୁନି । ଛୋଟ ଛୁଆଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ରହୁଛି । ଆଉ ସଂକ୍ରମିତ ହେଲେ ମଧ୍ୟ ଆପେ ଆପେ ଆପେ ସୁସ୍ଥ ହୋଇଯାଉଛନ୍ତି ।

ସଂକ୍ରମିତ ହୋଇ ଗୁରୁତର ହେବା ଏବଂ ପରେ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା କମ୍ ରହିଛି ବୋଲି ବିଶେଷଜ୍ଞ କହିଛନ୍ତି । ତୃତୀୟ ଲହର ଆସିବା ପୂର୍ବରୁ ଛୋଟ ଛୁଆ ଅଧିକ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞ ଆକଳନ କରୁଥିଲେ । କିନ୍ତୁ ଏବେ ସେମିତି କୌଣସି ସ୍ଥିତି ଦେଖିବାକୁ ମିଳୁନି । ଯଦିଓ ସ୍କୁଲ ଛୁଟିଥିବାରୁ ପିଲାମାନେ ଘରେ ରହୁଛନ୍ତି ହେଲେ ବାପା, ମା’ ଏବଂ ପରିବାର ଲୋକଙ୍କ ପାଇଁ ଛୋଟ ଛୁଆ ସଂକ୍ରମିତ ହେଉଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି ।