ଭାରତରେ ବଢୁଛି ଧନୀ, ଗରିବଙ୍କ ମଧ୍ୟରେ ଅସମାନତା : ଅକ୍ସଫମ ଇଣ୍ଡିଆ ରିପୋର୍ଟକୁ ନେଇ ଚର୍ଚ୍ଚା

119

କନକ ବ୍ୟୁରୋ : ସାମ୍ନାକୁ ଆସିଲା ଭାରତର ଧନୀ ବ୍ୟକ୍ତିଙ୍କ ତାଲିକା । ବଢିଛି ଧନୀ, ଗରିବଙ୍କ ମଧ୍ୟରେ ଅସମାନତା । କୋଭିଡ ମହାମାରୀ ଆରମ୍ଭରୁ ଗତବର୍ଷ ନଭେମ୍ବର ମାସ ମଧ୍ୟରେ ଭାରତର ୨୧ ଜଣ କୋରଡପତି କମାଇଛନ୍ତି ୭୦ କୋଟି ଭାରତୀୟଙ୍କ ଠାରୁ ଅଧିକ ଟଙ୍କା । ଅକ୍ସଫମ ଇଣ୍ଡିଆର ପକ୍ଷରୁ ଏନେଇ ରିପୋର୍ଟ ପ୍ରକାଶ କାଯାଇଛି ।

କୋଭିଡ ମହାମାରୀ ସମୟରେ ଏହି ୨୧ ଜଣ କୋରଡପତଙ୍କ ସମ୍ପତି ଦନିକୁ ୧୨୧ ପ୍ରତିଶତ ଅର୍ଥାତ୍ ବୃଦ୍ଧି ହୋଇଛି । ଅର୍ଥାତ୍ ଏମାନେ ଦିନକୁ ୩ ହଜାର ୬୦୮ କୋଟି ଟଙ୍କା ଲେଖାଏଁ ଆୟ କରିଛନ୍ତି । ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୧ରେ ଧନୀ ଶ୍ରେଣୀର ଉପର ଆଡୁ ଥିବା ୫ ପ୍ରତିଶତ ଭାରତୀୟ ଦେଶର ୬୨ ପ୍ରତିଶତ ସମ୍ପତିର ମାଲିକ ଅଛନ୍ତି । ସେହିପରି ଗରିବ ଶ୍ରେଣୀର ତଳଆଡୁ ଥିବା ୫୦ ପ୍ରତିଶତ ଭାରତୀୟ ମାତ୍ର ୩ ପ୍ରତିଶତ ଦେଶର ସମ୍ପତିର ମାଲିକ ଅଛନ୍ତି ।

ଓକ୍ସଫମ ଇଣ୍ଡିଆର ସଦ୍ୟ ରିପୋର୍ଟ, ‘ସର୍ଭାଇଭାଲ ଅଫ୍ ଦ ରିଚେଷ୍ଟ: ଦ ଇଣ୍ଡିଆନ ଷ୍ଟୋରୀ’ରେ ଭାରତ ଧନୀମାନଙ୍କୁ ନେଇ ରିପୋର୍ଟ ପ୍ରକାଶ କରାଯାଇଛି । ଯାହା ସୋମବାର ସୁଇଜରଲ୍ୟାଣ୍ଡର ଡୋଭାସରେ ବିଶ୍ୱ ଅର୍ଥନୀତି ଫୋରମରେ ଏହା ପ୍ରକାଶ କରାଯାଇଛି । ୨୦୧୬ରୁ ୨୦୨୨ ମଧ୍ୟରେ ଭାରତରେ କୋରଡପତିଙ୍କ ସଂଖ୍ୟା ୧୦୨ରୁ ୧୬୬ କୁ ବୃଦ୍ଧି ପାଇଛି । ତେବେ ଭାରତର ଶ୍ରେଷ୍ଠ ୧୦୦ ଧନୀଙ୍କ ସମ୍ପତି ୬୬୦ ବିଲିୟନ ଡଲାର ଅର୍ଥାତ୍ ୫୪ ଦଶମିକ୍ ୧୨ ଲକ୍ଷ କୋଟି ଟଙ୍କା ରହିଛି ।