ଚୀନ ସୀମାରେ ଅବତରଣ କଲା ଦେଶର ସବୁଠୁ ବଡ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ସି ୧୭

26

କନକ ବ୍ୟୁରୋ : ଭାରତ ଚୀନ୍ ସୀମାରେ ଅବତରଣ କଲା ଭାରତୀୟ ବାୟୁସେନାର ସବୁଠାରୁ ଦକ୍ଷ ତଥା ବଡ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ସି ୧୭ । ଅରୁଣାଚଳ ପ୍ରଦେଶର ମେଚୁକା ସହରରେ ଭାରତୀୟ ବାୟୁସେନା ଏହାକୁ ଅବତରଣ କରାଇଛି । ମେଚୁକା, ଚୀନ ସୀମାର ନିକଟତମ ଅଂଚଳ ହୋଇଥିବାରୁ ଏହାକୁ ନେଇ ଚର୍ଚା ଆରମ୍ଭ ହୋଇଛି ।

ଲଗାତାର ମାଟି ଅତଡା ଭୁସୁଡୁଥିବାରୁ ମେଚୁକା ସହରକୁ ରାସ୍ତା ନିର୍ମାଣ ପ୍ରକ୍ରିୟା ବିଳମ୍ବ ହେଉଛି । ଭାରତୀୟ ସେନା ପାଖରେ ଠିକ ସମୟରେ ସାମଗ୍ରୀ ପହଂଚିପାରୁନଥିବାରୁ ଏହି ଏୟାରକ୍ରାଫ୍ଟ ଜରିଆରେ ସେନା ପାଖରେ ଅତି ସହଜରେ ଯୁଦ୍ଧସାମଗ୍ରୀ ପହଂଚିପାରିବ ।