୨୦୨୧-୨୨ରେ ୯. ୨ ପ୍ରତିଶତ ବୃଦ୍ଧି ପାଇବ ଭାରତର ଅଭିବୃଦ୍ଧି ହାର । ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଲା ରିପୋର୍ଟ ।

103

କନକ ବ୍ୟୁରୋ: ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ରେ ଭାରତର ଅଭିବୃଦ୍ଧି ହାର ୯. ୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । କୃଷି, ନିର୍ମାଣ, ପରିବହନ, ହୋଟେଲ ,ଟ୍ରେଡ୍ କ୍ଷେତ୍ରରେ ବିକାଶ ଯୋଗୁ ଅଭିବୃଦ୍ଧି ହାର ବୃଦ୍ଧି ପାଇବ ବୋଲି କୁହାଯାଇଛି । ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଆଜି ରିଲିଜ ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ, ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତରେ ଜିଡିପି ୯.୨ ପ୍ରତିଶତ ବୃଦ୍ଧି ପାଇବ । ନିର୍ମାଣ କ୍ଷେତ୍ରରେ ଭାରତ ୧୨.୫ ପ୍ରତିଶତ ଅଭିବୃଦ୍ଧି କରିବ ।

ସେହିପରି ଖଣି ଏବଂ ମାଇନ୍ସ କ୍ଷେତ୍ରରେ ୧୪.୩ ପ୍ରତିଶତ ଏବଂ ଟ୍ରେଡ୍, ହୋଟେଲ, ପରିବହନ, ଯୋଗାଯୋଗ ଆଦି କ୍ଷେତ୍ରରେ ୧୧.୯ ପ୍ରତିଶତ ଅଭିବୃଦ୍ଧି କରିବ । ଅନ୍ୟପଟେ କୃଷି କ୍ଷେତ୍ରରେ ୩.୯ ପ୍ରତିଶତ ଅଭିବୃଦ୍ଧି କରିବ । ସେହିପରି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ମଧ୍ୟ ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ୯.୫ ପ୍ରତିଶତ ହେବ ବୋଲି ପୂର୍ବରୁ ଆକଳନ କରିଥିଲା । ଓମିକ୍ରନ ସଂକ୍ରମଣ ସତ୍ୱେ ଚଳିତ ବର୍ଷ ଅଭିବୃଦ୍ଧି ହାର ୧୦ ପ୍ରତିଶତ ରହିବ ବୋଲି ବହୁ ଘରୋଇ ଅର୍ଥନିତିଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଗତ ବର୍ଷ ଭାରତ ଅଭିବୃଦ୍ଧି ହାର ୭.୩ ପ୍ରତିଶତ ଥିôଲା । କରୋନା ସଂକ୍ରମଣ ଯୋଗୁ ଗତ ୪ ଦଶନ୍ଧୀରେ ସବୁଠୁ ଖରାପ ଅଭିବୃଦ୍ଧି ୨୦୨୦-୨୧ ବର୍ଷରେ ହୋଇଥିଲା ।