ପ୍ରଥମ ୱିମେନ୍ସ ବିଜନେସ ମେଳା ଉଦଯାପିତ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ, ମହିଳାଙ୍କ ଦ୍ୱାରା ଆୟୋଜନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ।

79

କନକ ବ୍ୟୁରୋ: ଦେଶର ପ୍ରଥମ ୱିମେନ୍ସ ବିଜନେସ ମେଳା ଉଦଯାପିତ ହୋଇଛି । ମେ ୪ରୁ ଆରମ୍ଭ ହୋଇଥିବା ଏହି ପ୍ରଥମ ମହିଳା ମେଳା ରବିବାର ଶେଷ ହୋଇଛି । ପ୍ରଥମ ଥର ପାଇଁ ରାଜ୍ୟରେ ଆଇଡବ୍ଲୁଇସି ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହିମେଳା ଯୁବ ବ୍ୟବସାୟୀଙ୍କୁ ବେସ ପ୍ରୋତ୍ସାହିତ କରିଥିଲା । ନୂଆ କରି ବ୍ୟବସାୟ କରିବା ପାଇଁ ଯୋଜନା କରୁଥିବା ବାକ୍ତି ଏଠାରୁ ଅନେକ ନୂଆ ଟିପ୍ସ ପାଇବା ସହ ବିଜେନସ ଆଇଡିଆ ପାଇଥିଲେ । ରାଜ୍ୟର ୧୦୦ରୁ ଅଧିକ ମହିଳା ଉଦ୍ଦ୍ୟୋଗୀ ଏଠି ସାମିଲ ହୋଇ ସେମାନଙ୍କ ଆଇଡିଆ ଲୋକଙ୍କ ସହ ବାଣ୍ଟିଥିଲେ ।

ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ମହିଳା ଉଦ୍ଦ୍ୟୋଗୀଙ୍କୁ ପ୍ରଶଂସା କରୁିଛନ୍ତି । ଏହା ସହ ଷ୍ଟଲ ବୁଲିବା ସହ ନୀଳମଣି ଖାତିଙ୍କ ଠାରୁ ଅଳଙ୍କାର କିଣିଥିଲେ । ଏହା ପୂର୍ବରୁ ମହିଳା ଓ ଶିଶୁ କଲ୍ୟାଣମନ୍ତ୍ରୀ ଟୁକୁନୀ ସାହୁ ଅଭିଭାଷଣ ରଖିଥିଲେ । ସେହିଭଳି ଡ. ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନରେ ସମ୍ମାନିତ କରାଯାଇଛି । ମହିଳାଙ୍କ ସ୍ୱାସ୍ଥ୍ୟଙ୍କୁ ନେଇ ସମ ଅଲଟିମେଟ କେୟାର ପକ୍ଷରୁ ସତନ୍ତ୍ର ଆଲୋଚନା ଅନୁଷ୍ଠିତ ହୋଇଥିଲା ।

ପ୍ରଥମ ଦିନରେ ସ୍ୱତନ୍ତ୍ର ମେଳା ସହ ବ୍ୟବସାୟ ଭିତ୍ତିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଅରୁଣ ସାହୁ ନିଜର ବ୍ୟବସାୟ ବିଷୟରେ କହିଥିଲେ । ଦ୍ୱିତୀୟ ଦିନରେ ଗୁରୁ ଗୌରାଙ୍ଗ ଦାସ ପ୍ରଭୁ ନିଜ ଅଭିଭାଷଣ ରଖିବା ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୩ୟ ଦିନରେ ରାଜନୀତିରେ ମହିଳାଙ୍କ ଭାଗିଦାରୀ, ଶିକ୍ଷା ଏବଂ ସଶକ୍ତ ନାରୀଙ୍କ ବିଷୟରେ ଆଲୋଚନା ହୋଇଥିଲା । ଏବଂ ୪ର୍ଥ ଦିନରେ ମୁଖ୍ୟଆକର୍ଷଣ ସାଜିଥିଲେ ବଲିଉଡର ଅଭିନେତା ଅର୍ଜୁନ ରାମପାଲ ଓ ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀ । ରସଗୋଲା ପ୍ରସଙ୍ଗରେ ଇମତିଆଜ ଓଡିଶାର ସପକ୍ଷରେ ଯୁକ୍ତି ବାଢିଥିଲେ ।

ତେବେ ଏହି ବିଜନେସ ମେଳାରେ ପ୍ରମୁଖ ଆକର୍ଷଣ ଥିଲା ଫୁଡ୍ କୋର୍ଟ । ଏଠାକୁ ଆସୁଥିବା ଲୋକେ ରାଜ୍ୟର ବିଭିନ୍ନ ଟ୍ରାଡିସନାଲ ଫୁଡର ମଜା ନେବା ସହ ଏହାକୁ କେଉଁଭଳି ଏକ ବିଜନେସରେ ପରିଣତ କରାଯାଇପାରିବେ ସେନେଇ ମଧ୍ୟ ଅନେକ ଟିପ୍ସ ପାଇପାରିଛନ୍ତି । ରାଜଧାନୀବାସୀ ମହିଳା ଉଦ୍ଦ୍ୟୋଗୀଙ୍କର ଷ୍ଟଲ ବୁଲିବା ସହ ତାଙ୍କର ବିଜନେସର ପ୍ରତିଟି ଆଇଡିଆକୁ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । କାର୍ଯର୍୍ୟକ୍ରମର ଶେଷରେ ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।