ଭାରତରେ ନିଷିଦ୍ଧ ହେବା ପରେ ଚୀନ ଆପ କମ୍ପାନିଙ୍କ କ୍ଷତି ବଢିଚାଲିଛି ; ଭାରତ ସରକାରଙ୍କ ନିଷ୍ପତ୍ତିକୁ ବେଆଇନ କହିଲା ଚୀନ

ଗତ ବର୍ଷ ଚୀନ ଆପ ଉପରେ ଭାରତ ସରକାର ଲଗାଇଥିବା ନିଷେଧାଜ୍ଞାକୁ ଚୀନ ସରକାର ବିରୋଧ କରିଛନ୍ତି

267

ଗତ ବର୍ଷ ଚୀନ ଆପ ଉପରେ ଭାରତ ସରକାର ଲଗାଇଥିବା ନିଷେଧାଜ୍ଞାକୁ ଚୀନ ସରକାର ବିରୋଧ କରିଛନ୍ତି । ଏହା ବିଶ୍ବ ବାଣିଜ୍ୟ ସଂଗଠନ ନିୟମର ଉଲ୍ଲଙ୍ଘନ ବୋଲି ଚୀନ କହିଛି । ଭାରତର ଏହି ନିଷ୍ପତ୍ତି ଚୀନ କମ୍ପାନିମାନଙ୍କୁ କ୍ଷତି ପହଞ୍ଚାଉଛି ବୋଲି ମଧ୍ୟ ଚୀନ କହିଛି

ନୂଆଦିଲ୍ଲୀରେ ଥିବା ଚୀନ ଦୂତାବାସର ମୁଖପାତ୍ର ଜି ରୋଙ୍ଗ କହିଛନ୍ତି ଯେ ଭାରତ ସରକାର ତୁରନ୍ତ ଏହି ପକ୍ଷପାତିତାପୂର୍ଣ୍ଣ ନିଷ୍ପତ୍ତିକୁ ବଦଳାଇ ଦ୍ପିପାକ୍ଷିକ ସମ୍ପର୍କକୁ ଆହୁରି ଖରାପ ହେବାରୁ ରକ୍ଷା କରନ୍ତୁ ।

ସୀମାରେ ଚୀନ ସହ ବିବାଦ ପରେ ଭାରତ ସରକାର ଗତ ବର୍ଷ ଜୁନ ୨୯ରେ ଚୀନର ୫୯ଟି ମୋବାଇଲ ଆପ କମ୍ପାନିକୁ ନିଷିଦ୍ଧ କରିଦେଇଥିଲେ । ଏସବୁ ଆପଗୁଡ଼ିକୁ ସ୍ଥାୟୀ ଭାବେ ନିଷିଦ୍ଧ କରିବାକୁ ଭାରତ ସରକାର ନିକଟରେ ନିଷ୍ପତ୍ତି ନେଇଛନ୍ତି । ଏସବୁ ସଂଦିଗ୍ଧ ଚୀନ ଆପ ମଧ୍ୟରେ ରହିଛି ଟିକଟକ, ଜୁମ,ସେୟାରଇଟ,ୟୁସି ବ୍ରାଉଜର, ଜେଣ୍ଡର, ୟୁସି ନ୍ୟୁଜ, କ୍ଲବ ଫାକ୍ଟ୍ରି, ହେଲୋ, ନ୍ୟୁଜଡଗ, କାମ ସ୍କାନର, କ୍ଲିନ ମାଷ୍ଟର,ଓ୍ଵଣ୍ଡର ସିନେମା, ସ୍ୱିଟ ସେଲଫି, ବିଗୋ ଲାଇଭ,ଏମଆଇ ଭିଡିଓ କଲ, ଓ୍ଵିମିଟ, । ଚୀନ ମୋବାଇଲ ଆପଗୁଡ଼ିକ ବ୍ୟକ୍ତିଗତ ତଥ୍ୟ ଚୋରାଉଥିବା ନେଇ ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କତା ଜାରି କରି କରିଥିଲେ ।  ଏହି ଆପଗୁଡ଼ିକ ନିରାପଦ ନୁହଁନ୍ତି ଓ ବ୍ୟବହାରକାରୀର ବ୍ୟକ୍ତିଗତ ତଥ୍ୟ ଚୋରାଇ ନେଉଥିବା ଅଭିଯୋଗ ହୋଇଛି ।