କୋଭାକ୍ସିନ୍ ଟିକାକରଣକୁ ନେଇ ଆସିଲା ବଡ ଖବର : ଟିକାକରଣରେ ବଡ ଧରଣର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଲେ ଟିକାନେଇଥିବା ବ୍ୟକ୍ତିଙ୍କୁ ମିଳିବ କ୍ଷତିପୂରଣ

ଭାରତ ବାୟୋଟେକ୍ ସହିତ କେନ୍ଦ୍ରର ହୋଇଛି ଚୁକ୍ତି

354

କନକ ବ୍ୟୁରୋ : ଦେଶରେ ଆଜି ଆରମ୍ଭ ହେବ କରୋନା ଟିକାକରଣର ମେଗା ଅଭିଯାନ । ଏହି ଅବସରରେ କରୋନା ଟାକା କୋଭାକ୍ସିନ୍କୁ ନେଇ ଆସିଛି ବଡ ଖବର । ଭାରତୀୟ ଟିକା ନିର୍ମାଣକାରୀ କମ୍ପାନୀ ଭାରତ ବାୟୋଟେକ୍ ଏହି କୋଭାକ୍ସିନ ଟିକାକୁ ପ୍ରସ୍ତୁତ କରିଛି । ଦେଶର କିଛି ସ୍ଥାନରେ ଏହି ଟିକା ଦିଆଯାଉଛି । ତେବେ ଭାରତୀୟ ଟିକା କୋଭାକ୍ସିନ୍ ଦେବା ପରେ କୌଣସି ବଡ ଧରଣର ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଲେ , ଏଥିପାଇଁ ଭାରତ ବାୟୋଟେକ୍ ଦେବ କ୍ଷତିପୂରଣ । ଏ ସମ୍ପର୍କରେ ଭାରତ ବାୟୋଟେକ୍ ସହିତ କେନ୍ଦ୍ର ସରକାର ଚୁକ୍ତି କରିଛନ୍ତି ।

ସେପଟେ ଆଜି ଦିନ ସାଢେ ୧୦ଟାରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପଟେ ଟିକାକରଣ ପାଇଁ ରାଜ୍ୟ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ମୋଟ୍ ୧୬୧ଟି କେନ୍ଦ୍ରରେ ଏକ ଲକ୍ଷ ୯୨ ହଜାର ୫୫୫ ଜଣଙ୍କୁ ଟିକାକରଣ ପାଇଁ ଚିହ୍ନଟ କରାଯାଇଛି । ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟ କର୍ମୀଙ୍କ ଭାଗିଦାରୀ ହିଁ ନିର୍ଭର କରୁଛି କରୋନା ବିରୋଧୀ ଲଢେଇ କେତେ ସଫଳ ହେବ ।
– କରୋନା ଟିକାକରଣ ପାଇଁ ସାରାଦେଶରେ ୩ ହଜାର ୬ଟି କେନ୍ଦ୍ର ଚିହ୍ନଟ ହୋଇଛି
– ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣ ହିତାଧିକାରୀଙ୍କୁ ପ୍ରଥମ ଦିନରେ ଦିଆଯିବ ଟିକା
– କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରସ୍ତୁତ କୋ-ୱିନ ଆପ୍ ଡାଉନଲୋଡ କରିଛନ୍ତି ହିତାଧିକାରୀ
– ଆପ୍ଲିକେସନ୍ ଜରିଆରେ ଟିକାଦାନ କେନ୍ଦ୍ର ଓ ସମୟ ବାବଦରେ ସୂଚନା ଦିଆଯାଇଛି