ପାରାଲିମ୍ପିକ୍ସରେ ଭାରତର ଅଭିଯାନ ଶେଷ, ମେଡାଲ ଜିତି ରଚିଲେ ନୂଆ ରେକର୍ଡ

96

କନକ ବ୍ୟୁରୋ: ଚଳିତ ପାରା ଅଲିମ୍ପିକ୍ସରେ ଭାରତର ଅଭିଯାନ ଶେଷ ହୋଇଛି । ଭାରତକୁ ମିଳିଛି ମୋଟ୍ ୧୯ଟି ମେଡାଲ । ଏହା ମଧ୍ୟରେ ରହିଛି ୫ଟି ସ୍ୱର୍ଣ୍ଣ । ୮ଟି ରୌପ୍ୟ ଓ ୬ଟି ବ୍ରୋଂଜ ପଦକ ପାଇଛି ଭାରତ । ପଦକ ତାଲିକାରେ ଭାରତ ୨୪ ତମ ସ୍ଥାନରେ ରହିଛି । ଶାରୀରିକ ଅକ୍ଷମତାକୁ ପଛରେ ପକାଇ ଏହି ଅଲମ୍ପିଆଡ୍ମାନେ ଦେଶ ପାଇଁ ଗୌରବ ଆଣିଛନ୍ତି ।

ସୁଟିଂରେ ଅବନୀ ଲେଖାରା ପ୍ରଥମ ଭାରତୀୟ ମହିଳା ଭାବେ ଗୋଟିଏ ପାରା ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଂଜ ମେଡାଲ ଜିତିଛନ୍ତି ଅବନୀ । ସେହିପରି ସୁଟିରେ ମନୀଷ ସ୍ୱର୍ଣ୍ଣ ଓ ସିଂହରାଜ ରୌପ୍ୟ ପଦକ ଜିତିଛନ୍ତି ।

ବ୍ୟାଡମିଣ୍ଟନରେ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଛି । ପ୍ରମୋଦ ଭଗତ ଓ କ୍ରିଷ୍ଣା ନାଗର ଗୋଲଡ୍ ମେଡାଲ ଜିତଛନ୍ତି । ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି । ଆଥଲେଟିକ୍ରେ ୮ଟି, ଟେବୁଲ ଟେନିସ୍ରେ ଗୋଟିଏ ଓ ଆର୍ଚେରୀରେ ଗୋଟିଏ ପଦକ ଭାରତକୁ ମିଳିଛି ।