ସେମିଫାଇନାଲ ଟିକେଟ ପାଇଁ ପଡିଆକୁ ଓହ୍ଲାଇବ ଭାରତୀୟ ପୁରୁଷ ହକି ଦଳ । ୪୧ ବର୍ଷ ପରେ ପୁଣି ସେମିଫାଇନାଲ ସୁଯୋଗ ।

138

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସର ପୁରୁଷ ହକି କ୍ୱାର୍ଟର ଫାଇନାଲରେ ଆଜି ଗ୍ରେଟ୍ ବ୍ରିଟେନକୁ ଭେଟିବ ଭାରତୀୟ ହକି ଦଳ  । ୫ଟା ୩୦ରେ ଏହି ମ୍ୟାଚ୍ ଖେଳାଯିବ  । ୪୧ ବର୍ଷ ପରେ ସେମିଫାଇନାଲ ଟିକେଟ୍ ହାସଲ ପାଇଁ ଲଢିବ ଭାରତୀୟ ଦଳ  । ୮ ଥର ସ୍ୱର୍ଣ୍ଣ ବିଜେତା ଭାରତୀୟ ଦଳ ପାଖରେ ୪୧ ବର୍ଷ ପରେ ସେମିଫାଇନାଲ ଖେଳିବା ପାଇଁ ସୁଯୋଗ ରହିଛି  । ଶେଷ ଥର ଭାରତୀୟ ଦଳ ୧୯୮୦ରେ ମସ୍କୋ ଅଲିମ୍ପିକ୍ସର ସେମିଫାଇନାଲ ଖେଳି ବିଜେତା ହୋଇଥିଲା  ।

ସେହିପରି ଗ୍ରେଟ୍ ବ୍ରିଟେନ୍ ମଧ୍ୟ ୩୩ ବର୍ଷ ପରେ ପ୍ରଥମ ଅଲିମ୍ପିକ୍ସ ପଦକ ବିଜୟ ଅଭିଯାନ ଅତୁଟ ରଖିବାକୁ ଚାହିଁବ  । ଭାରତୀୟ ଦଳରେ ସାମିଲ ହୋଇଥିବା ଦୁଇ ଓଡ଼ିଆ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କ ପାଇଁ ମଧ୍ୟ ନୂଆ ଇତିହାସ ଲେଖିବାର ସୁଯୋଗ ରହିଛି  । ଟୋକିଓ ଅଲିମ୍ପିକ୍ସରେ ୫ଟି ମ୍ୟାଚରୁ ୪ଟିରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଭାରତ  । ପୁଲ୍-ଏରେ ଅଷ୍ଟ୍ରେଲିଆ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଦଳ  ।