କନକ ବ୍ୟୁରୋ : ଥାଇଲ୍ୟାଣ୍ଡରେ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ମିଆଁମାରରେ ରଖିଲେ ବନ୍ଧକ । ଏବେ ସେମିିତି କିଛି ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ମିଆଁମାର ମିୱାଡିରେ ୩୦୦ରୁ ଅଧିକ ଭାରତୀୟଙ୍କୁ ବନ୍ଧକ ରଖାଯାଇଛି । ସାଇବର ଅପରାଧରେ ଜଡିତ ଏକ ରାକେଟ ସେମାନଙ୍କୁ ଧମକଚମକ ଦେଇ ବନ୍ଧକ ରଖିଥିବା ଜଣାପଡିଛି । ୧୫ଘଣ୍ଟା ସେମାନଙ୍କୁ ମାଡ ମରାଯାଇ କାମ କରାଯାଉଛି ।

Advertisment

publive-image

ବିଭିନ୍ନ ସାଇବର ଅପରାଧରେ ସାମିଲ କରାଯିବା ସହ ଅକଥନୀୟ ନିର୍ଯ୍ୟାତନା ଦିଆଯାଉଛି । ବେଆଇନ କାମ କରିବାକୁ ବାଧ୍ୟ କରାଯାଉଛି ଓ ଏଥିରେ ରାଜି ନହେଲେ ମାଡ ମରା ଯିବା ସହ ଇଲେକ୍ଟ୍ରି ସକ ଦିଆଯାଉଛ । ବନ୍ଧକ ଥିବା ଅଧିକାଂଶ ହେଉଛନ୍ତି ତାମିଲନାଡୁର ଓ ସେମାନଙ୍କ ମଧ୍ୟରୁ କିଛି ଯୁବକ ଭିଡିଓ ବାର୍ତ୍ତା ଜାରି କରିବା ସହ ବଞ୍ଚାଇବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଘଟଣାର କିଛି ଦିନ ପୂର୍ବରୁ ମିଆଁମାର ୟାଙ୍ଗୋନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଥିଲା । ଏଥିରେ ଠକ୍ ନିଯୁକ୍ତିଦାତାଙ୍କଠୁ ଦୂରେଇ ରହିବାକୁ କୁହାଯାଇଥିଲା । ଅନ୍ୟପଟେ ତାମିଲନାଡୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଘଟଣା ସମ୍ବନ୍ଧରେ ଅବଗତ କରାଇବା ସହ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଛନ୍ତି । ବନ୍ଧକଙ୍କ ମଧ୍ୟରେ ଭାରତୀୟଙ୍କ ସହ ଅନ୍ୟାନ୍ୟ ଦେଶର ଆଇଟି ପ୍ରେଫେସନାଲ ରହିଛନ୍ତି ।