ମହାକାଶରେ ଚମକିବେ ତୃତୀୟ ଭାରତୀୟ ବଂଶୋଦ୍ଭାବ ଶିରିସା ବନ୍ଦଲା

135

କନକ ବ୍ୟୁରୋ : ଆମେରିକାର ପ୍ରଶାସନିକ ସେବା ଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ଭାରତୀୟ ବଂଶୋଦ୍ଭବଙ୍କ ଆଧିପତ୍ୟ ବଢୁଥିବା ବେଳେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ଏବେ ମହାକାଶକୁ ଯାତ୍ରା କରିବେ । ତୃତୀୟ ଭାରତୀୟ ବଂଶୋଦ୍ଭବ ଭାବେ ଶିରିସା ବନ୍ଦଲା ମହାକାଶକୁ ଯାତ୍ରା କରିବେ ବୋଲି ସୂଚନା ମଳିଛି । କଳ୍ପନା ଚାୱଲା ଓ ସୁନିତା ୱିଲିୟମ୍ସଙ୍କ ପରେ ଶିରିସା ତୃତୀୟ ଭାରତୀୟ ବଂଶୋଦ୍ଭବ ଭାବେ ମହାକାଶ ଯାତ୍ରା କରିବେ ।

ରିଚାର୍ଡ ବ୍ରାନସନଙ୍କ କମ୍ପାନୀ ଭର୍ଜିନ ଗାଲାକଟିକ ପକ୍ଷରୁ ତାଙ୍କୁ ଚୟନ କରାଯାଇଛି । ସେ ଆସନ୍ତା ୧୧ ତାରିଖ ଦିନ ନ୍ୟୁ ମେକ୍ସିକୋରୁ ମହାକାଶ ଯାତ୍ରା କରିବେ । ୩୪ ବର୍ଷିୟ ଶିରିସା ତାଙ୍କ ଦଳର ୫ ଜଣ ସହକର୍ମୀଙ୍କ ସହ ମହାକାଶ ଯାତ୍ରା କରିବେ । ମହାକାଶକୁ ଯିବାକୁ ଥିବା ଏହି ଟିମର ନାମ ‘ୟୁନିଟ-୨୨’ ବୋଲି ରଖା ଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଟିମରେ ଭର୍ଜିନ ଗାଲାକଟିକ କମ୍ପାନୀର ଅଧ୍ୟକ୍ଷ ରିଚାର୍ଡ ବ୍ରାନସନ ନିଜେ ମଧ୍ୟ ସାମିଲ ଅଛନ୍ତି ।

ସୂଚନା ଥାଉକି ଶିରିସା ବନ୍ଦଲା ଏହି ଟିମର ଚତୁର୍ଥ ସଦସ୍ୟ ଭାବେ ଯୋଗ ଦେଇଛନ୍ତି । ସେ ଆନ୍ଧ୍ରପ୍ରଦେଶର ଗୁଣ୍ଠୁର ଠାରେ ଜନ୍ମଗ୍ରହଣ କରିଥିଲେ । ସେ ହୋଷ୍ଟନ ସହରରେ ଶିକ୍ଷାଲାଭ କରିବା ସହ ସେହିଠାରେ ହିଁ ବଡ ହୋଇଛନ୍ତି ।
ତାଙ୍କ ମହାକାଶ ଯାତ୍ରା ବାବଦରେ ସୂଚନା ପାଇବା ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଟ୍ୱିଟ୍ ଯୋଗେ ତାଙ୍କୁ ଶୁଭେଚ୍ଛା ଦେବା ସହ ଦେଶର ନାମ ଉଜ୍ୱଳ କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।