ଆଉ ତ୍ରାହି ପାଇବେନି ଆତଙ୍କବାଦୀ ! ଭାରତୀୟ ଯୁବ ଇଞ୍ଜିନିୟର ତିଆରି କଲେ ମାରାତ୍ମକ ଡ୍ରୋନ, ଆତଙ୍କବାଦୀଙ୍କୁ ଖୋଜି ଖୋଜି କରିବ ନିପାତ ।

34

ଭାରତରେ ଦିନକୁ ଦିନ ଆତଙ୍କବାଦୀ ସମସ୍ୟା ବଢି ବଢି ଚାଲିଛି । ଏପରିକି କହିବାକୁ ଗଲେ ଆତଙ୍କବାଦୀ ମାନଙ୍କର ସର୍ବାଧିକ ଶିକାର ହୋଇଥିବା ଦେଶମାନଙ୍କ ମଧ୍ୟରେ ଭାରତ ଏକ ପ୍ରମୁଖ ଦେଶ । ପ୍ରତି ମୂହୁର୍ତ୍ତରେ କେଉଁଠି ନା କେଉଁଠି ଆତଙ୍କବାଦୀ କାର୍ଯ୍ୟକଳାପ, ସୀମାପାର ଅନୁପ୍ରବେଶ ଆଦି ଅନେକ ଘଟଣା ସାମ୍ନାକୁ ଆସୁଛି । ଆଉ ଏଥି ପାଇଁ ଦେଶର ସୁରକ୍ଷା ବାହିନୀରେ ଥିବା ଜବାନ ମାନେ ମଧ୍ୟ ସହିଦ ହୋଇଛନ୍ତି । ତେବେ ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ଆତଙ୍କବାଦୀ କାର୍ଯ୍ୟକଳାପରେ ରୋକ ଲଗାଇବା ପାଇଁ ଜଣେ ଯୁବ ଇଞ୍ଜିନିୟର ଏକ ସ୍ୱତନ୍ତ୍ର ଡ୍ରୋନ ପ୍ରସ୍ତୁତ କରିଛନ୍ତି । ଏହି ଡ୍ରୋନଟିର ନାଁ ହେଉଛି ଫୋଟୋନ – ୧ ।

ଡ୍ରୋନଟିକୁ ପ୍ରସ୍ତୁତ କରିଛନ୍ତି ଯୁବ ଇଞ୍ଜିନିୟର ଈଶାନ ଅଗ୍ରୱାଲ । ତେବେ ଏହି ଡ୍ରୋନଟିର ବିଶେଷତ୍ୱ ହେଉଛି, ଏହା ଆକାଶମାର୍ଗରୁ ଆତଙ୍କବାଦୀମାନଙ୍କୁ ଠାବ କରିପାରିବ । ଏହା ସହ ଆକାଶମାର୍ଗରୁ ହିଁ ଆତଙ୍କବାଦୀମାନଙ୍କ ଉପରେ ଗୁଳିଚାଳନା କରିପାରିବ । ଈଶାନ କହିଛନ୍ତି ଯେ, ଫୋଟୋନ -୧କୁ ୨୪ ଘଣ୍ଟା ପାଇଁ ପ୍ରହରା କାମରେ ନିୟୋଜିତ କରାଯାଇପାରିବ । ପାଖାପାଖି ୧ କିଲୋମିଟର ଦୂରରୁ ଏହା ଆତଙ୍କବାଦୀମାନଙ୍କୁ ଠାବ କରିପାରିବ । ଏଥି ସହ ଆତଙ୍କବାଦୀଙ୍କ ଅନୁପ୍ରବେଶ ସମ୍ପର୍କରେ କଣ୍ଟ୍ରୋଲ ରୁମକୁ ଖବର ଦେବ ।

କଣ୍ଟ୍ରୋଲ ରୁମରୁ ନିର୍ଦ୍ଦେଶ ମିଳିବା ପରେ ଏହି ଧରଣର ଆଉ ଏକ ସଶସ୍ତ୍ର ଡ୍ରୋନ ଉକ୍ତ ବ୍ୟକ୍ତି ଉପରକୁ ଗୁଳି ଚଳାଇପାରିବ । ଅସ୍ତ୍ରଶସ୍ତ୍ର ଲୋଡ ହୋଇଥିବା ଡ୍ରୋନ ମାତ୍ର ୫ ମିନିଟରେ ୭-୮ କିଲୋମିଟର ଯାଇପାରିବ । ଏହି ଡ୍ରୋନରେ ପ୍ରାୟ ୧୫ କିଲୋଗ୍ରାମର ଅସ୍ତ୍ର ଲୋଡ କରାଯାଇପାରିବ । ଏହାର ସବୁଠୁ ବଡ଼ ବିଶେଷତ୍ୱ ହେଲା ଏହାର କ୍ଷୁଦ୍ର ଆକାର ଓ ଏହା ଭୂମିଠାରୁ ୫ରୁ ୮ କିଲୋମିଟର ଉପରେ ଅତି କମ ଶବ୍ଦରେ ଉଡିପାରିବ । ଏଣୁ ଏହା ଶତ୍ରୁର ନଜରରୁ ଲୁଚିପାରିବ । ଏହି ଡ୍ରୋନରେ ନିଶ୍ଚିତ ଭାବେ ଆତଙ୍କବାଦୀଙ୍କ ଉପରେ ନଜର ରଖିବା ସହ ସେମାନଙ୍କ ଉପରକୁ ଆକ୍ରମଣ କରିବାର ମଧ୍ୟ କ୍ଷମତା ରଖଛି ।