ଟୋକିଓ ଅଲମ୍ପିକ୍ସ ପାଇଁ ଟିକେଟ ହାତେଇଲା ମହିଳା ହକି ଟିମ୍ । ଗୋଲ ବ୍ୟବଧାନରେ ଆମେରିକାକୁ ଦେଲା ମାତ୍, ତୃତୀୟ ଥର ପାଇଁ ଖେଳିବ ଅଲମ୍ପିକ୍ସ ।

175

କନକ ବ୍ୟୁରୋ : ଟୋକିଓ ଅଲମ୍ପିକ୍ସ ଟିକେଟ ହାତେଇଲା ଟିମ୍ ଇଣ୍ଡିଆ । ଟୋକିଓ ଅଲମ୍ପିକ୍ସ ଖେଳିବ ଭାରତୀୟ ମହିଳା ହକି ଟିମ୍ । ଅଲମ୍ପିକ ହକି ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚରେ ଆମେରିକା ଠାରୁ ୪-୧ ଗୋଲରେ ପରାସ୍ତ ହେବା ସତ୍ତେ୍ୱ ମଧ୍ୟ ଟୋକିଓ ଅଲମ୍ପିକ୍ସ ଟିକେଟ ହାତେଇଛି ଭାରତୀୟ ମହିଳା ହକି ଟିମ୍ । ଅଧିକ ଗୋଲ ବ୍ୟବଧାନ ଆଧାରରେ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା ହକି ଟିମ୍ । ଯୋଗ୍ୟତା ପର୍ଯ୍ୟାୟର ୨ଟି ମ୍ୟାଚରେ ଆମେରିକା ୬ଟି ଗୋଲ କରିଥିବା ବେଳେ ଆମେରିକା ୫ଟି ଗୋଲ୍ ଦେଇ ଯୋଗ୍ୟତା ପର୍ଯ୍ୟାୟରୁ ବାଦ୍ ପଡିଛି । ଏହାସହ ତୃତୀୟ ଥର ପାଇଁ ଅଲମ୍ପିକ୍ସରେ ଜଲୱା ଦେଖାଇବ ଭାରତୀୟ ହକି ଟିମ୍ ।

ଏହାପୂର୍ବରୁ ଗତକାଲି ଆମେରିକା ମହିଳା ହକି ଦଳକୁ ୫-୧ ଗୋଲରେ ମାତ୍ ଦେଇଥିଲା ଭାରତ । ଆଜି ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି ଥିବା ବେଳେ ଭାରତ ଏହି ବାଜି ଜିତି ନେଇଛି ।ଅଲମ୍ପିକ୍ସ ଟିକେଟ ହାସଲ ପରେ ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।