ଚିନ୍ତାରେ ଭାରତୀୟ ଷ୍ଟାର୍ଟଅପ। ସେୟାର ବଜାରରେ ପଡୁଛି ପ୍ରଭାବ।

156

କନକ ବ୍ୟୁରୋ: ଷ୍ଟାର୍ଟଅପଗୁଡିକୁ ଋଣ ପ୍ରଦାନ କରି ଘାଟାରେ ପଡିଯାଇଥିବା ବ୍ୟାଙ୍କକୁ ନେଇ ଭାରତୀୟ ସେୟାର ବଜାର ପ୍ରଭାବିତ ହୋଇଛି । ଆମେରିକା କାର୍ଲିଫର୍ଣ୍ଣିଆରେ ଥିବା ଏହି ଘରୋଇ ବ୍ୟାଙ୍କ୍ ବୁଡିଯିବା ପରେ ଅର୍ଥନୀତି ଉପରେ ଏହାର କ’ଣ ପ୍ରଭାବ ରହିବ ତାହା ଏପର୍ଯ୍ୟନ୍ତ ସଠିକ୍ ଭାବେ ଆକଳନ କରାଯାଇନାହିଁ । ହେଲେ ଏହି ବ୍ୟାଙ୍କ ସାରା ବିଶ୍ୱରେ ବଡ ବଡ ଷ୍ଟାର୍ଟଅପ ଗୁଡିକୁ ଋଣ ଦେବା ଏବଂ କିଛି ଷ୍ଟାର୍ଟଅପରେ ନିଜର ଟଙ୍କା ଲଗାଇଥିବାରୁ ଏବେ ସେସବୁ ପ୍ରଭାବିତ ହେଉଛି । ଭାରତରେ ପେଟିଏମ୍, ସାଦି, ନାପଟଲ, ଇନମୋବି, କାରୱାଲେ, ବ୍ଲ୍ୟୁଷ୍ଟୋନ ଭଳି ୬୦ରୁ ଅଧିକ ଷ୍ଟାଟଅପ୍ରେ ପୁଞ୍ଜିନିବେଶ କରିଥିଲା ସିଲିକନ ଭ୍ୟାଲି । ଏବେ କମ୍ପାନୀ ବୁଡିଯିବାରୁ ଭାରତରେ ସେୟାର ବଜାର ତଳକୁ ଖସିଥିବା ଦେଖିବାକୁ ମିଳିଛି ।

ଭାରତୀର ଅର୍ଥନୀତି, ବିଶ୍ୱ ଅର୍ଥନୀତି ସହ ଦୃଢ ଭାବେ ଜଡିତ ଥିବାରୁ ସିଲିକନ ଭ୍ୟାଲି ବ୍ୟାଙ୍କ ବୁଡିଯିବା ଭାରତର ଅର୍ଥନୀତିକୁ ବିଶେଷ ପ୍ରଭାବିତ କରିବ । ଲିକ୍ୟୁଡିଟି, ପ୍ରାଇସ୍ ଏବଂ ଡିମାଣ୍ଡ ତିନିଟି ଚ୍ୟାନେଲ ନେଇ ଅର୍ଥନୀତି ପ୍ରଭାବିତ ହେଉଥିବାରୁ ଏହା ବାଧାପ୍ରାପ୍ତ ହେବ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ କହିଛନ୍ତି । ଭାରତର ପେଟିଏମ୍, ସାଦି, ନାପଟଲ, ଇନମୋବି, କାରୱାଲେ, ବ୍ଲ୍ୟୁଷ୍ଟୋନ ୨୦ରୁ ଅଧିକ କମ୍ପାନୀରେ ଏବେ ଚିନ୍ତାରେ ପଡିଯାଇଛନ୍ତି । ୪୦ରୁ ଅଧିକ ଭାରତୀୟ ଷ୍ଟାଟଅପ ସିଲକନ ଭ୍ୟାଲି ବ୍ୟାଙ୍କରେ ୨ ଲକ୍ଷ ୫୦ ହଜାରରୁ ୧ ମିଲିୟନ ଡଲାର ବିନିଯୋଗ କରିଛନ୍ତି । ସେହିପରି ୨୦ ରୁ ଅଧିକ ଭାରତୀୟ ଷ୍ଟାଟଅପ ଏହି ବ୍ୟାଙ୍କରେ ୧ ମିଲିୟନ ଡଲାରରୁ ଅଧିକ ବିନିଯୋଗ କରିଛନ୍ତି । ଏହାକୁ ହିସାବ କଲେ ପ୍ରାୟ ୫୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ କରିଛନ୍ତି ଭାରତୀୟ ଷ୍ଟାର୍ଟଅପ୍ । କିନ୍ତୁ ଭାରତର ଅର୍ଥନୀତି ଉପରେ ଏହା ଏତେଟା ପ୍ରଭାବ ପକାଇବ ନାହିଁ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତ ରଖିଛନ୍ତି ।