ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା । ଟି-୨୦ ଦଳରେ ସ୍ଥାନ ପାଇଲେନି ଧୋନି, ଟେଷ୍ଟ ଟିମକୁ ଫେରିଲେ ରୋହିତ

75

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଓ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଓ ଟି-୨୦ ସିରିଜ ପାଇଁ ଭାରତୀୟ ଟିମ ଘୋଷଣା କରାଯାଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ବିସିସିଆଇ । ତେବେ ସବୁଠୁ ବଡ କଥା ହେଉଛି ଘୋଷଣା କରାଯାଇଥିବା ଭାରତୀୟ ଟିମରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ସ୍ଥାନ ଦିଆଯାଇନାହିଁ । ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଦଳରେ ଧୋନି ସ୍ଥାନ ପାଇଥିଲେ ମଧ୍ୟ ଟି-୨୦ ଟିମରେ ସ୍ଥାନ ଦିଆଯାଇନାହିଁ । ସେହିଭଳି ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ମଧ୍ୟ ମାହିଙ୍କୁ ଚୟନ କରାଯାଇନାହିଁ ।

ଏହାଛଡା ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । କୋହଲିଙ୍କ ବଦଳରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅଧିନାୟକ ଦାୟିତ୍ୱ ତୁଲାଇବେ ହିଟମ୍ୟାନ ରୋହିତ ଶର୍ମା । ଅନ୍ୟପଟେ ଦୀର୍ଘ ଦିନ ପରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ମଧ୍ୟ ରୋହିତଙ୍କୁ ପୁଣିଥରେ ଦଳରେ ସ୍ଥାନ ମିଳିଛି । ତେବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଅଧିନାୟକ ଦାୟିତ୍ୱ ତୁଲାଇବେ ବିରାଟ । ମହେନ୍ଦ୍ର ସିଂ ଧୋନିଙ୍କ ବଦଳରେ ରିଷଭ ପନ୍ଥଙ୍କୁ ୱିକେଟ କିପର ଭାବେ ଟିମରେ ଚୟନ କରାଯାଇଛି । ସେହିଭଳି ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ରିଷଭ ପନ୍ଥଙ୍କ ସହ ପାର୍ଥିବ ପଟେଲଙ୍କୁ ମଧ୍ୟ ଦଳରେ ସ୍ଥାନ ଦିଆଯାଇଛି । ଏହାଛଡା ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଟି-୨୦ ସ୍ପେଶାଲିଷ୍ଟ ଭାବେ କୁର୍ଣ୍ଣାଲ ପାଣ୍ଡ୍ୟାଙ୍କୁ ସ୍ଥାନ ଦିଆଯାଇଛି । ତେବେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇନାହିଁ ।

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଟିମ୍ :
ରୋହିତ (ଅଧିନାୟକ), ଶିଖର ଧୱନ, କେ.ଏଲ ରାହୁଲ, ଦିନେଶ କାର୍ତ୍ତିକ, ମନୀଷ ପାଣ୍ଡେ, ଶ୍ରେୟସ ଆୟାର, ରିଷଭ ପନ୍ଥ, କୁର୍ଣ୍ଣାଲ ପାଣ୍ଡ୍ୟା,ୱାସିଂଟନ ସୁନ୍ଦର, ଚହଲ, କୁଳଦୀପ ଯାଦବ, ଭୁବନେଶ୍ୱର କୁମାର, ବୁମରାହ, ଖଲୀଳ ଅହମ୍ମଦ, ଉମେଶ ଯାଦବ, ଶାହାବାଜ ନଦୀମ

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ :

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ :