ରେସଲିଂର ଇତିହାସ ବଦଳାଇଲେ ଭାରତୀୟ ମହିଳା ରେସଲର ! ସାଲୱାର ସୁଟ୍ ପିନ୍ଧି ରିଂରେ ଫାଇଟ୍ କଲେ କବିତା ଦେବୀ

77

କନକ ବ୍ୟୁରୋ : ରେସଲିଂର ଇତିହାସ ବଦଳାଇ ଦେଲେ ଭାରତୀୟ ମହିଳା ରେସଲର । ସାଲୱାର ସୁଟ୍ ପିନ୍ଧି ରେସଲିଂ ରିଂରେ କଲେ ଫାଇଟ୍ । ଏହି ଭାରତୀୟ ରେସଲରଙ୍କ ନାଁ କବିତା ଦେବୀ । ନିକଟରେ ୟଙ୍ଗ୍ କ୍ଲାସିକ୍ ଟୁର୍ଣାମେଂଟରେ ଭାଗ ନେଇଥିବା କବିତା ନିଜ ପୋଷାକ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ସାଧାରଣତଃ ରେସଲିଂ ଲଢୁଥିବା ମହିଳା ରେସଲର ମାନଙ୍କ ପୋଷାକରେ ନଗ୍ନତା ସ୍ପଷ୍ଟ ବାରି ହୋଇ ପଡୁଥିବା ବେଳେ ଏଥିରେ ବ୍ୟତିକ୍ରମ ସୃଷ୍ଟି କରିଛନ୍ତି ଏହି ମୂଳ ଭାରତୀୟ ବାସିନ୍ଦା । ସଂପୂର୍ଣ ଭାରତୀୟ ପୋଷାକ ସାଲୱାର ସୁଟ୍ ପିନ୍ଧିବା ସହ ରିଂରେ ଫାଇଟ୍ କରିଛନ୍ତି । ନ୍ୟୁଜିଲାଣ୍ଡ ରେସଲର ଡକୋଟା କାଇଙ୍କୁ ଖୁବ୍ ପିଟିଛନ୍ତି କବିତା ।

ଯଦିଓ ଏହି ଫାଇଟରେ ଇକୋକାଙ୍କ ଠାରୁ ହାରି ଯାଇଥିଲେ କବିତା, ତେବେ ତାଙ୍କର ଏହି ରେସଲିଂ60348473 ଭିଡିଓ ଏବେ ଭାଇରାଲ ହୋଇଛି । ଭାରତୀୟ ପୋଷାକ ପିନ୍ଧି ରେସଲିଂ ଲଢୁଥିବା କବିତାଙ୍କୁ ବେଶ୍ ପ୍ରଶଂସା କରାଯାଇଛି ସୋସିଆଲ ମିଡିଆରେ । କାରଣ ପୂର୍ବରୁ କୌଣସି ମହିଳା ରେସଲର ଏପରି ପୋଷାକ ପିନ୍ଧି ରିଂକୁ ଓହ୍ଲାଇ ନଥିଲେ । ଯେଉଁଥି ପାଇଁ ରେସଲିଂ ଇତିହାସରେ ସାଲୱାର ସୁଟରେ ଫାଇଟ୍ କରିବାରେ କବିତା ହେଉଛନ୍ତି ପ୍ରଥମ ରେସଲର । ଅନ୍ତର୍ଜାତୀୟ ରେସଲିଂ ଦୁନିଆରେ ନାଁ କରିଥିବା ଭାରତୀୟ ରେସଲର ଦି ଗ୍ରେଟ୍ ଖଲିଙ୍କ ଠାରୁ ଏବେ ତାଲିମ ନେଉଛନ୍ତି କବିତା ।