ତାମିଲନାଡୁରେ ଧାର୍ମିକ ଶୋଭାଯାତ୍ରା ବେଳେ ଅଘଟଣ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାପରେ ୧୧ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ

131

କନକ ବ୍ୟୁରୋ: ତାମିଲନାଡୁରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମନ୍ଦିରରେ ଶୋଭାଯାତ୍ରାବେଳେ ବିଦ୍ୟୁତ ତାର ସଂଶ୍ପର୍ଷରେ ଆସି  ୧୧ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିବା ବେଳେ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ସୁଚନା ଅନୁସାରେ, ତାମିଲନାଡୁ ତାଞ୍ଜାଭୋର ଜିଲ୍ଲାରେ ଏକ ଧାର୍ମିକ ଶୋଭାଯାତ୍ରା ସମୟରେ   ବିଦ୍ୟୁତ ତାର ଠାକୁରଙ୍କ ରଥ ବା  ବିମାନରେ ଲାଗିଯାଇଥିଲା  । ଫଳରେ ୧୧ ଜଣ ଶ୍ରଦ୍ଧାଳୁଙ୍କ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ ।

ବିଦ୍ୟୁତ ଆଘାତରେ ଅନେକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ହସପିଟାଲରେ ଭର୍ତି କରାଯାଇଛି । ପୁଲିସ ଘଟଣାସ୍ଥଳରେ ପଂହଚି ଉଦ୍ଧାର କାମ ଆରମ୍ଭ କରିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ଶିଶୁ ସାମିଲ ଅଛନ୍ତି । ଘଟଣାକୁ ନେଇ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଲେଖାଏଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ମଧ୍ୟ ମୃତକ ପରିବାରଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।