କନକ ବ୍ୟୁରୋ : ମୂଳ ଭାରତୀୟ ସୁଏଲା ବ୍ରେବରମ୍ୟାନ ଏବେ ବ୍ରିଟେନ ସରକାରରେ ଗୃହମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ସୁଏଲ ମୂଳ ଭାରତୀୟ ଭାବେ ପ୍ରଥମ ମହିଳା ଯେକି ବ୍ରିଟେନର ୫୬ ତମ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ କ୍ୟାବିନେଟରେ ସାମିଲ ହୋଇଛନ୍ତି ।

Advertisment

ପ୍ରଥମେ ବି ଜଣେ ଭାରତୀୟ ମହିଳା ବ୍ରିଟେନର ଗୃହମନ୍ତ୍ରୀ ଥିଲେ । ବୋରିସ୍ ଜନସନଙ୍କ ସରକାରରେ ପ୍ରିତୀ ପଟେଲ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ । ହେଲେ ଲିଜ୍ ଟ୍ରସ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରିତୀ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ସବୁଠାରୁ ବଡକଥା କି ୪୨ ବର୍ଷୀୟା ସୁଏଲ ନିର୍ବାଚନ ପ୍ରଚାର ସମୟରେ ଲିଜ୍ ଟ୍ରସଙ୍କ ବିରୋଧୀ ଥିଲେ । ଏହାର କାରଣ ଥିଲା କି ପ୍ରଧାନମନ୍ତ୍ରୀ ଦୌଡରେ ନିଜେ ସୁଏଲ ବି ଥିଲେ । ହେଲେ ଏହି ଦୌଡରୁ ବାଦ ପଡିବା ପରେ ସୁଏଲ ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଥିବା ଋଷି ସୁନକଙ୍କ ପରିବର୍ତ୍ତେ ଲିଜ୍ ଟ୍ରସଙ୍କୁ ସମର୍ଥନ ଦେଇଥିଲେ ।

ବୋରିସ ଜନସନଙ୍କ ସରକାରରେ ଅଟର୍ନି ଜେନରାଲ ଥିବା ସୁଏଲା ଜଣେ ହିନ୍ଦୁ ତାମିଲ ମହିଳା । ତାଙ୍କ ପିତା ମାତା ମୋରିସସରୁ ବ୍ରିଟେନ ଆସିଥିଲେ । ସୁଏଲାଙ୍କ ଜନ୍ମ ୧୯୮୦ ମସିହା ଏପ୍ରିଲ ୩ ତାରିଖରେ ବ୍ରିଟେନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପାଖରେ ବ୍ରିଟେନର ନାଗରିକତା ରହିଛି ।